fbpx

Alert! ଆସନ୍ତା ମାସରୁ ବନ୍ଦ ହୋଇଯିବ ଆପଣଙ୍କ G-Mail ଆକାଉଣ୍ଟ: କେମିତି ମିଳିବ ମୁକ୍ତି?

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଡିଜିଟାଲ ହେବାରେ ଲାଗିଛି । ସମସ୍ତ କାମ ବିଜ୍ଞାନ ନୂଆ ଟେକ୍ନୋଲୋଜି ଦ୍ୱାରା କରିବା ଆରମ୍ଭ କରିଛି ମଣିଷ ଜାତି । ତେବେ ଏହାମଧ୍ୟରେ ଲୋକଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ ସାଜିଛି G-Mail । ଏବେ ଏହି ଜି-ମେଲ୍ ଆକାଉଣ୍ଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ମାସରୁ କିଛି ଲୋକଙ୍କ ଜି-ମେଲ୍ ଆକାଉଣ୍ଟ ବନ୍ଦ ହେବାକୁ ଯାଉଥିବା କହିଛି କମ୍ପାନୀ । ଡିସେମ୍ବର ପହିଲାରୁ କିଛି ଜି-ମେଲ ଆକାଉଣ୍ଟକୁ ଡିଲିଟ କରିବା ପାଇଁ ଯୋଜନା କରୁଛି ଗୁଗଲ୍ ।

ରିପୋର୍ଟ ଅନୁସାରେ, ଗୁଗଲ୍ ତରଫରୁ ଜି-ମେଲ୍ ୟୁଜରମାନଙ୍କୁ ଏକ ଆଲର୍ଟ ମେସେଜ ଜାରି ହୋଇଛି । ଦୀର୍ଘ ୨ ବର୍ଷରୁ ବ୍ୟବହାର କରାଯାଉ ନଥିବା ଜି-ମେଲ୍ ଆକାଉଣ୍ଟକୁ ଡିଲିଟ କରିବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନୀ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ୟୁଜରମାନଙ୍କ ଆକାଉଣ୍ଟକୁ ଡିଲିଟ କରିବା ପାଇଁ ନିଷ୍ପତ୍ତି ନେଇଛି ଗୁଗଲ୍ । ତେବେ ଯେଉଁମାନେ ଲଗାତାର ଭାବରେ ନିଜର ଜି-ମେଲ୍, ଡକ୍ସ, କ୍ୟାଲେଣ୍ଡର ଏବଂ ଫଟୋର ବ୍ୟବହାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟ ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ ।

ତେବେ ଯଦି ଆପଣଙ୍କ ଗୁଗଲ୍ ଆକାଉଣ୍ଟ ଦୀର୍ଘ ଦିନ ଧରି ନିଷ୍କ୍ରିୟ ରହିଛି, ତେବେ ଏହି ଆକାଉଣ୍ଟଗୁଡ଼ିକୁ ଆକାଉଣ୍ଟ ଡିଲିଟ କରିଦେବ ଗୁଗଲ୍ । କମ୍ପାନୀ ଏ ନେଇ ସୂଚନା ଜାରି କରିଛି । ନିଜ ଗୁଗଲ୍ ଆକାଉଣ୍ଟକୁ ଡିଲିଟ ହେବାରୁ ବଞ୍ଚାଇବାକୁ ଚାହୁଁଥିଲେ, ଏହାକୁ ଲଗାତାର ବ୍ୟବହାର କରନ୍ତୁ । ଅତି କମ୍ ରେ ୨ ବର୍ଷ ବ୍ୟବଧାନ ମଧ୍ୟରେ ଥରେ ଗୁଗଲ୍ ଆକାଉଣ୍ଟକୁ ସାଇନ୍ ଇନ୍ କରିବା ନିହାତି ଆବଶ୍ୟକ । ଜି-ମେଲ୍ ରେ ଲଗ୍ ଇନ୍ କରି ଗୁଗଲ୍ ଆକାଉଣ୍ଟକୁ ଆକ୍ଟିଭ ରଖାଯାଇ ପାରିବ ।

Get real time updates directly on you device, subscribe now.