fbpx

ଖୁସି ଖବର! ଦିୱାଲୀରେ ବାଣ ଫୁଟାଇବା ପାଇଁ ହାଇକୋର୍ଟଙ୍କ ଅନୁମତି: କେତେ ସମୟ ପାଇଁ ମିଳିବ Relax?

ମୁମ୍ବାଇ: ସ।।ରା ଦେଶରେ ଦୀପାବଳି ସେଲିବ୍ରେସନକୁ ଫିକା କରି ଦେଇଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ଦିୱାଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇ ଉତ୍ସବ ପାଳନର ମଜାକୁ କମ୍ କରି ଦେଇଛନ୍ତି ଅଦାଲତ । କିନ୍ତୁ ବର୍ତ୍ତମାନ ଦୀପାବଳିରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିସାରିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । କିନ୍ତୁ ମାତ୍ର ଗୋଟିଏ ସର୍ତ୍ତ ରଖି ଏହି ଅନୁମତି ପ୍ରଦାନ କରିଛନ୍ତି ଅଦାଲତ ।

ଦିୱାଲୀ ସେଲିବ୍ରେସନକୁ ନେଇ ଏକ ବଡ଼ ଆଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ମୁମ୍ବାଇର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଦୀପାବଳିରେ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଆଦେଶ ଜାରି କରିଛନ୍ତି । କିନ୍ତୁ ମାତ୍ର ୨ ଘଣ୍ଟା ପାଇଁ ଏହି ଅନୁମତି ପ୍ରଦାନ କରାଯାଇଛି । ଅଦାଲତ କହିଛନ୍ତି ଯେ, ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାପୂର୍ବରୁ କୋର୍ଟ ୭-୧୦ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବାୟୁ ପ୍ରଦୂଷଣକୁ ନଜରରେ ରଖି ପୁଣିଥରେ ସମୟସୀମାରେ ପରିବର୍ତ୍ତନ କରାଯାଇଛି ।

ତେବେ ଏ ନେଇ ତଦାରଖ କରିବା ପାଇଁ ଏକ କମିଟି ଗଠନ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ଆଇଆଇଟିର ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବେ । ଏହି ଦଳ ବାୟୁ ପ୍ରଦୂଷଣ ଉପରେ ନଜର ରଖିବ ଏବଂ ଏକ ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଆଗାମୀ ଦିନରେ ଏହାକୁ କୋର୍ଟରେ ଦାଖଲ କରିବ।

Get real time updates directly on you device, subscribe now.