fbpx
BSKY
BJD MC SKY
BJD YOUTH SKY

ବଡ଼ ଖୁସି ଖବର: ଭାରତକୁ ତାଇୱାନର ଦିପାବଳୀ ଗିଫ୍ଟ, ୧ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ଆଲୋକର ପର୍ବ ଦିପାବଳୀ ପୂର୍ବରୁ ଭାରତକୁ ଏକ ବଡ଼ ଉପହାର ଦେଇଛି ତାଇୱାନ । ଗତ ୨୦୦୦ ମସିହା ପରଠାରୁ ତାଇୱାନରେ ବେରୋଜଗାର ହ୍ରାସ ନିମ୍ନମୁଖୀ ହେବାରେ ଲାଗିଛି । ତେଣୁ ୭୯୦ ଅରବ ଡଲାର ବିଶିଷ୍ଟ ଅର୍ଥନୀତିକୁ ବଜାୟ ରଖିବା ପାଇଁ ସରକାରକୁ ଅନେକ ଶ୍ରମିକଙ୍କର ଆବଶ୍ୟକତା ରହିଛି । ତେବେ ତାଇୱାନରେ କାର୍ଯ୍ୟ କରିବା ପାଇଁ ୧ ଲକ୍ଷରୁ ଭାରତୀୟଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଭାରତର ୧ ଲକ୍ଷରୁ ଅଧିକ ଲୋକଙ୍କୁ ତାଇୱାନ ଚାକିରି ଦେବାକୁ ଯାଉଛି । ଯଦି ଦୁଇ ଦେଶ ମଧ୍ୟରେ ଏହି ଡିଲ୍ ସ୍ୱାକ୍ଷରିତ ହୁଏ, ତେବେ ଭାରତ-ତାଇୱାନ ମଧ୍ୟରେ ଆର୍ଥିକ ସମ୍ପର୍କ ଆହୁରି ମଜବୁତ ହେବାର ସମ୍ଭାବନା ରହିଛି । ତେଣୁ ଏହା ପଡ଼ୋଶୀ ଦେଶ ଚୀନର ଚିନ୍ତାର କାରଣ ସାଜିପାରେ । ତାଇୱାନରେ କାରଖାନା, କ୍ଷେତ ଓ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟ କରିବା ପାଇଁ ୧ ଲକ୍ଷରୁ ଅଧିକ ଭାରତୀୟଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣେ ଅଧିକାରୀଙ୍କୁ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହାକୁ ନେଇ ଆସନ୍ତା ଡିସେମ୍ବର ମାସ ପହିଲାରେ ଦୁଇ ଦେଶ ମଧ୍ୟରେ ଏକ ଜବ୍ ଡିଲ ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ତାଇୱାନରେ ଅଧିକାଂଶ ଲୋକ ବୁଢ଼ା ହେବାକୁ ଯାଉଥିବା ବେଳେ ସେଠାରେ ଅଧିକ ଲୋକଙ୍କର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଅର୍ଥନୀତି ହୋଇଥିଲେ ହେଁ ଏଠାକାର ଲେବର ମାର୍କେଟ ପ୍ରତିବର୍ଷ ଲକ୍ଷ ଲକ୍ଷ ଚାକିରି ସୃଷ୍ଟି କରିବାରେ ଅକ୍ଷମ ରହିଛି । ତେଣୁ ଏହା ଭାରତ ପାଇଁ ବେଶ୍ ଫଳପ୍ରଦ ହେବ । ଏହି ପ୍ରସଙ୍ଗକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.