fbpx

Indian Army ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ: ଜାମ୍ମୁର ଅଖନୁର ସେକ୍ଟରକୁ ଯାଇପାରନ୍ତି ମୋଦୀ

Advertisement

ନୂଆଦିଲ୍ଲୀ: ଅନ୍ୟ ନେତାମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ । ସମସ୍ତ ବର୍ଗ ଏବଂ ସବୁ ଜାତିର ଲୋକଙ୍କ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ । ତେଣୁ ସମସ୍ତ ନେତା ପର୍ବପର୍ବାଣୀ ଘରେ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଦୀପାବଳି ସେଲିବ୍ରେସନ ପାଇଁ ଭାରତୀୟ ଯବାନଙ୍କ ସହ ସାମିଲ ହୋଇଥାନ୍ତି । ଚଳିତବର୍ଷ ମଧ୍ୟ ସେ ଭାରତୀୟ ଯବାନମାନଙ୍କ ସହ ଆଲୋକର ଏହି ପର୍ବକୁ ପାଳନ କରିବାକୁ ଯାଉଛନ୍ତି । ତେବେ ଚଳିତବର୍ଷ ଦିୱାଲୀ ପାଳନ କରିବା ପାଇଁ ଜାମ୍ମୁର ଅଖନୁର ସେକ୍ଟରକୁ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରତ୍ୟେକ ବର୍ଷ ପି.ଏମ ମୋଦୀ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଭାରତୀୟ ସେନା ସହ ସାମିଲ ହୋଇଥାନ୍ତି । ସେମାନଙ୍କ ସହ ମିଶି ଦୀପାବଳି ପାଳନ କରିବା ସହ ଯବାନଙ୍କ ପାଇଁ ଉପହାର ଦେଇଥାନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଚଳିତବର୍ଷ ମଧ୍ୟ ଭାରତୀୟ ସେନାକୁ ଦୀପାବଳିର ଶୁଭେଚ୍ଛା ଜଣାଇବା ପାଇଁ ମୋଦୀ ସେମାନଙ୍କ ପାଖରେ ପହଞ୍ଚିବେ । ତେବେ ଏଥର ଜମ୍ମୁର ଅଖନୁର ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.