fbpx

ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ବିଜେପି ଅଧ୍ୟକ୍ଷ ନିଯୁକ୍ତ

Advertisement

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ପ୍ରକ୍ରିୟା ଜାରି ରହିଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସକୁ ହଟାଇ ସରକାର ଗଠନ ପାଇଁ ବିଜେପି ସଂଘର୍ଷ ଚଳାଇଥିବା ବେଳେ ଏହା ମଧ୍ୟରେ ଦଳ ପକ୍ଷରୁ ଆସିଛି ଏକ ବଡ଼ ଖବର । କର୍ଣ୍ଣାଟକର ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ମୁତାବକ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ୟେଦିୟୁରପ୍ପାଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜୟେନ୍ଦ୍ରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଘୋଷଣା କରିଛନ୍ତି । ବିଜୟେନ୍ଦ୍ର ତ୍ୱରିତ ଭାବେ ନୂଆ ଦାୟିତ୍ୱ ଭାର ଗ୍ରହଣ କରିବେ ବୋଲି ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭ ନିର୍ବାଚନରେ ବିଜୟେନ୍ଦ୍ର ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଉକ୍ତ ନିର୍ବାଚନରେ ବିଜେପି ପଛକୁ ହଟାଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିଲା । ତେଣୁ କର୍ଣ୍ଣାଟକରେ ସଂଗଠନକୁ ଦୃଢ଼ କରିବା ନିମନ୍ତେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ସର୍ବଦା ପ୍ରୟାସ କରିଆସିଥିଲା । ପୂର୍ବରୁ ସଂଗଠନ କାର୍ଯ୍ୟ ସମ୍ଭାଳୁଥିବା ବିଜୟେନ୍ଦ୍ରଙ୍କୁ ନଳିନକୁମାର ଖଟେଲଙ୍କ ସ୍ଥାନରେ ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି । ୪୭ ବର୍ଷୀୟ ବିଜୟେନ୍ଦ୍ର ନୂଆ ଦାୟିତ୍ୱ ନେବା ପରେ ଦଳକୁ ଆଗକୁ ନେବେ ବୋଲି ବିଜେପି ଆଶା ରଖିଛି ।

Get real time updates directly on you device, subscribe now.