fbpx
BSKY SKY
BSKY SKY

ବଦଳିଗଲା ସ୍କୁଲ ଟାଇମିଂ, ଜାଣନ୍ତୁ ସମୟ ପୂର୍ବରୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ହରିୟାଣା ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ ସ୍କୁଲର ସମୟରେ ପରିବର୍ତ୍ତନ କରି ଦେଇଛନ୍ତି । ଏହି ପରିବର୍ତ୍ତନ ଆଗାମୀ ୧୫ ତାରିଖରୁ ସମସ୍ତ ସ୍କୁଲ ପାଇଁ ଲାଗୁ ହୋଇଯିବ । ପରିବର୍ତ୍ତିତ ସମୟ ସୂଚୀ ଅନୁଯାୟୀ ସ୍କୁଲ ସିଙ୍ଗଲ ସିଫ୍ଟରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ଓ ଦ୍ୱିପ୍ରହର ୩ଟା ୩୦ମିରେ ଶେଷ ହେବ । ସେହିପରି ରାଜ୍ୟରେ ଡବଲ ସିଫ୍ଟ ସ୍କୁଲରେ ଦୁଇଟି ସେସନ ପରିଚାଳିତ ହେବ । ପ୍ରଥମ ସେସନ ସକାଳ ୭ଟା ୫୫ ମିରୁ ୧୨ଟା ୩୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ସେସନ ୧୨ଟା ୪୦ରୁ ୫ଟା ୧୫ ପର୍ଯ୍ୟନ୍ତ ଚାଲିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ହରିୟାଣାରେ ପ୍ରତିବର୍ଷ ୧ ଡିସେମ୍ବରରୁ ସ୍କୁଲର ଟାଇମିଂରେ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ଆଦେଶ ଶୀଘ୍ର ଆସିଯାଇଛି । ହରିୟାଣା ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଏହି ପରିବର୍ତ୍ତନକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୮ ନଭେମ୍ବରରେ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶନାମା ଜାରି କରି ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ସମସ୍ତ ସ୍କୁଲରେ ଡିସେମ୍ବରରେ ହେବାକୁ ଥିବା ଶୀତ ଛୁଟି ସ୍ଥଗିତ କରିଦେଇଥିଲେ । ଏହି ଛୁଟି ୯ ନଭେମ୍ବରରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ହେବ । ସେହିପରି ନୋଏଡାରେ କିଛି ସ୍କୁଲରେ ଅନଲାଇନରେ ପାଠପଢା ଚାଲିଛି ।

Get real time updates directly on you device, subscribe now.