(Video) ମନମୋହୁଛି ରାହାଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ସହ ଫ୍ଲାଇଙ୍ଗ କିସ୍, ହେଲେ ଆଲିଆ ଚିନ୍ତିତ, ଜାଣନ୍ତୁ କାରଣ
ଆଲିଆ,ରଣବୀର ଏବଂ ରାହାଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ..
ମୁମ୍ବାଇ: ଗତକାଲି ଖ୍ରୀଷ୍ଟମାସ ସେଲିବ୍ରେସନରେ ସାରା ବିଶ୍ୱ ପାଳନ କରିସାରିଛି । କିନ୍ତୁ ଅନ୍ୟପଟେ ଆଲିଆ ଏବଂ ରଣବୀର କପୁରଙ୍କ ଝିଅ ରାହାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ରାହା ମିଡିଆ ସାମ୍ନାକୁ ଆସି ନିଜ କୁନିପାଟିରେ ମେରୀ ଖ୍ରୀଷ୍ଟମାସ କହିଛି । ଯାହା ବର୍ତ୍ତମାନ ଲାଇମଲାଇଟରେ ଅଛି । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ଏବଂ ରାହାଙ୍କ ମାଆ ଚିନ୍ତିତ ଅଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ..
ଗତ ବର୍ଷ ମଧ୍ୟ ଆଲିଆ ରଣବୀର ରାହାଙ୍କୁ ଧରି ଖ୍ରୀଷ୍ଟମାସ ସେଲିବ୍ରେସନ କରିଥିଲେ ଏବଂ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଝିଅ ରାହାଙ୍କ ସହ ଫଟୋ ଉଠାଇଛନ୍ତି । କିନ୍ତୁ ଚଳିତ ବର୍ଷ ରାହା ଅଳ୍ପ ବଡ଼ ହୋଇଯାଇଛି । ସେ ନିଜ ବାପାଙ୍କ ସହ କାରରୁ ବାହାରିବା ମାତ୍ରେ ସମସ୍ତଙ୍କୁ ମେରୀ ଖ୍ରୀଷ୍ଟ ମାସ ଜଣାଇଛି ।
ତେବେ ଏହାରି ମଧ୍ୟରେ ଆଲିଆ ଭଟ୍ଟ ଚିନ୍ତିତ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, କାରରୁ ପ୍ରଥମେ ଆଲିଆ ଭଟ୍ଟ ସାମ୍ନାକୁ ଆସି ମିଡିଆ ଲୋକଙ୍କୁ ପାଟି ନ କରିବା ପାଇଁ ଅନୁରୋଧ କରୁଛନ୍ତି । ସେ କହୁଛନ୍ତି ଯେ, ଆପଣ ମାନଙ୍କ ପାଟି ଶୁଣି ରାହା ଡରୁଛି । ସେଥିପାଇଁ ଆପଣମାନେ ପାଟି ଅଳ୍ପ କରନ୍ତୁ ।
ଏହାପରେ ରଣବୀର କପୁର ଝିଅ ରାହାଙ୍କୁ ଧରି ସାମ୍ନାକୁ ଆସୁଛନ୍ତି । ରାହା ସମସ୍ତଙ୍କୁ ମେରୀ ଖ୍ରୀଷ୍ଟମାସ ଜଣାଉଛନ୍ତି ଏବଂ ଖୁସି ହେଇଯାଉଛନ୍ତି । ପରେ ବାପା-ମାଆ-ଝିଅ ଏକାଠି ଫଟୋ ପାଇଁ ସ୍ମାଇଲ ସହ ପୋଜ ଦେଉଛନ୍ତି । ଫଟୋ ସେସନ ସରିବା ପରେ ରଣବୀର ପୁଣି କାରକୁ ରାହାଙ୍କୁ ନେଇ ଫେରୁଛନ୍ତି । ଏହି ସମୟରେ ରାହା ସମସ୍ତଙ୍କୁ ଫ୍ଲାଇଙ୍ଗ କିସ୍ କରି ବାଏ କରୁଛି । ତେବେ ରାହାଙ୍କ ଏହି ଏକ୍ସଟ୍ରା କ୍ୟୁଟ ଭିଡିଓ ସମସ୍ତଙ୍କ ମନମୋହୁଛି ଏବଂ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।
View this post on Instagram