fbpx

ମରୁଭୂମିରେ ଏଲିୟନ ବେସ !

ଏଲିୟନଙ୍କ ଅସ୍ଥିତ୍ୱକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି । ଏଲିୟନ ଏ ବ୍ରହାଣ୍ଡରେ ଅଛନ୍ତି କି ନାହିଁ ? ଯଦି ଅଛନ୍ତି ତା’ହେଲେ ସେମାନେ କେଉଁଠି ଅଛନ୍ତି ବା କେଉଁ ଗ୍ରହରେ ଅଛନ୍ତି ? ସେମାନେ ଦେଖିବାକୁ କିଭଳି? ଏଭଳି ଅନେକ ବିଷୟ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ନିକଟରେ ଏକ ଖବର ପ୍ରକାଶ ପାଇଥିଲା କି ଆମେରିକାର ନ୍ୟୁ ମେକ୍ସିକୋର ମରୁଭୂମିରେ ଏଲିୟନଙ୍କ ଡଲସ୍ ବେସ୍ ରହିଛି ଏବଂ ସେଠାରେ ନକଲି ମଣିଷ ତିଆରି କରାଯାଉଛି ।

ଏହି ଘଟଣାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏଠାରେ ଏଲିୟନଙ୍କ ସହ ଜଡ଼ିତ ଅନେକ ରହସ୍ୟ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବହୁ ଆମେରିକୀୟ ଅଧିକାରୀ ଦାବି ମଧ୍ୟ କରିଛନ୍ତି ଯେ ସେମାନେ ବହୁବାର ଏଲିୟନଙ୍କୁ ଦେଖିଛନ୍ତି । ହେଲେ ଏହି ସବୁ କଥାକୁ ଆଜି ପର୍ଯ୍ୟନ୍ତ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ ।

ଏହି ଏଲିୟନମାନଙ୍କ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଏକ ଖୁଲାସା କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଆମେରିକା ନ୍ୟୁ ମେକ୍ସିକୋର ଡଲ୍ ବେସ୍ ର ସତ୍ୟ ଲୁଚାଇ ଆସିଛି । ସେଠାରେ ଏଲିୟନମାନେ ପ୍ରକୃତରେ ରହୁଛନ୍ତି ଏବଂ ସେମାନେ ସେଠାରେ ତାଙ୍କର ପରୀକ୍ଷା ନିରୀକ୍ଷା କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେମାନେ ସେଠାରେ ନକଲି ମନୁଷ୍ୟ ତିଆରି କରୁଛନ୍ତି । ଏହି ସବୁ ତଥ୍ୟ ୟୁଏଫଓ ଟ୍ରୁଥର୍ସ ବୁକରେ ବର୍ଣ୍ଣନା କରାଯାଇଛି ।

୧୯୯୦ ମସିହାରେ ଏହି ସିକ୍ରେଟ ବେସ ବିଷୟରେ ଚର୍ଚ୍ଚା ହୋଇଥିଲା । କମାଣ୍ଡର ଲେଫ୍ଟନାଣ୍ଟ ୱିଲିୟମ କୁପର ଏହି ବେସରୁ ଖସିଆସିଥିବା ନେଇ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ବେସକୁ ଏଲିୟନମାନେ ପରିଚାଳନା କରୁଛନ୍ତି । ଏହା ସହ ସେ ଆହୁରି କିଛି ତଥ୍ୟ ତାଙ୍କ ପୁସ୍ତକରେ ଲେଖିଛନ୍ତି ।

Get real time updates directly on you device, subscribe now.