fbpx

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଦିଆଯିବ ଟିକା: ବାତ୍ରା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ ଆଥଲେଟଙ୍କୁ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଟିକାକରଣ ସମାସ୍ତ କରାଯିବ । କାରଣ ପୂର୍ବରୁ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଦିଆ ଯାଇ ସାରିଛି । ତେଣୁ ଦ୍ୱିତୀୟ ଡୋଜ୍‌ ମଧ୍ୟ ଠିକ୍‌ ସମୟରେ ଦିଆଯିବ ।

ଟୋକିଓ ଅଲିମ୍ପିକ୍ସରେ ଆଥଲେଟ୍‌ ,କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ଏକ ୨୦୦ ଜଣିଆ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତଙ୍କୁ ଟିକାକରଣ ଗୁରୁତ୍ୱପୂର୍ଣ୍ଣ । ସେହିପରି ଦେଶର ସମସ୍ତ କ୍ରୀଡାବିତ୍‌ ଓ ଅନ୍ୟ ଷ୍ଟାଫଙ୍କୁ ଟିକା ଦେବା ପାଇଁ ସବୁ କ୍ୟାଟେଗୋରୀର ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନକୁ ପରାମର୍ଶ ଦିଆ ଯାଇଛି । କାରଣ ସବୁ ଆଥଲେଟ୍‌ଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଆମର ପ୍ରଥମ କର୍ତ୍ତବ୍ୟ । ଅନ୍ତର୍ଜାତୀୟ ଅଲିମ୍ପିକ୍‌
କମିଟି ଏଥିପାଇଁ ବାଧ୍ୟ କରି ନ ଥିଲେ ହେଁ ଆଥଲେଟ୍‌ଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆ ଯାଉଛି ।

Get real time updates directly on you device, subscribe now.