fbpx

ଟ୍ୱିନି ସିଟିରେ ସମସ୍ତ କୋଚିଂ ସେଣ୍ଟର ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୪ା୩(ଓଡ଼ିଶା ଭାସ୍କର): ): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଆଜି ଟ୍ୱିନି ସିଟି ଭୁବନେଶ୍ୱର ଓ କଟକରେ ସମସ୍ତ କୋଚିଂ ସେଣ୍ଟର ଓ ଟ୍୍ୟୁସନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଆସନ୍ତାକାଲିଠାରୁ ପିଲାଙ୍କୁ କୋଚିଂ ସେଣ୍ଟରକୁ ନପଠାଇବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.