fbpx

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି

ନୂଆଦିଲ୍ଲୀ,୧୫ ।୩: ଭାରତରେ କରୋନା ଭାଇରସ୍ ବହୁ ତୀବ୍ରରେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ପାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ୧୧ ଜଣ ଆକ୍ରାନ୍ତ ଠିକ୍ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ବହୁ ରାଜ୍ୟରେ କରୋନାକୁ ମହାମାରୀ ଭାବେ ଘୋଷଣା କରାଯାଇଛି । ବହୁ ସହରରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ଭାରତ ସରକାରଙ୍କ କଡା ପଦକ୍ଷେପ ନେଇଛନ୍ତି । ଆଜି ମଧ୍ୟରାତ୍ରରୁ ପାକ୍ ସୀମା ହେବ ବନ୍ଦ ହେବା ସହ ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ରାସ୍ତା ସିଲ୍ ହୋଇଛି ।

Get real time updates directly on you device, subscribe now.