fbpx

ମଧ୍ୟପ୍ରଦେଶ ସଙ୍କଟ: କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ନିର୍ଦ୍ଦେଶ

ଭୋପାଳ,୧୫ ।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଲାଳଜୀ ଟଣ୍ଡନ । ଆସନ୍ତାକାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଳ ନାଥ ।

କାଲି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଫ୍ଲୋରଟେଷ୍ଟ ଆରମ୍ଭ ହେବ । ଏନେଇ ଜୟପୁରରୁ ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କଂଗ୍ରେସର ବିଦ୍ରୋହୀ ବିଧାୟକ । ଏହି ବିଦ୍ରୋହୀ ବିଧାୟକଙ୍କ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି । ଭୋପାଳ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଧାରା ୧୪୪ ଲାଗୁ କରାଯାଇଛି । କଂଗ୍ରେସ ବିଧାୟକଙ୍କ ସହ ଥିବା ବରିଷ୍ଠ ନେତା ହରୀଶ ରାୱତ କହିଛନ୍ତି ଯେ, ‘କଂଗ୍ରେସର ବିଦ୍ରୋହୀ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି । କାଲିର ଆସ୍ଥା ଭୋଟରେ କଂଗ୍ରେସ ସରକାର ବିଜୟୀ ହେବ ।’ ତେବେ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ବରିଷ୍ଠ ନେତା ଦିଗବିଜୟୀ ସିହ ଓ ଶୋଭା ଓଝା ଭେଟ କରିଥିବା ଜଣାପଡିଛି ।

Get real time updates directly on you device, subscribe now.