fbpx
BSKY
BJD SHG SKY
BJD YOUTH SKY

ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ହେବ ଯାଞ୍ଚ

ଭୁବନେଶ୍ୱର, ୬ା୮(ଓଡ଼ିଶା ଭାସ୍କର): ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଯାଞ୍ଚ କରାଯିବ । କୋଭିଡ଼ ହସ୍ପିଟାଲରେ ଅଧିକାରୀମାନେ ଫାୟାର ସେପ୍ଟିଂ ବ୍ୟବସ୍ଥା ଯାଞ୍ଚ କରିବେ । ଏହି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଏହାସହ ଉପଯୁକ୍ତ ପଦକ୍ଷେପ ନେବାକୁ କୋଭିଡ଼ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଳେଖଯୋଗ୍ୟ ଯେ ଗୁଜୁରାଟର ଅହମ୍ମଦାବାଦ କୋଭିଡ଼ ହସ୍ପିଟାଲରେ ଘଟିଥିବା ଦୁର୍ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ସେଠାରେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗି ୮ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ ।

Get real time updates directly on you device, subscribe now.