fbpx

ସୁପ୍ରିମକୋର୍ଟର ସମସ୍ତ ନିଷ୍ପତ୍ତି ‘Neutral Citation’ ପ୍ରଣାଳୀ ମାଧ୍ୟମରେ ହେବ: CJIଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ସମସ୍ତ ମାମଲାର ନିଷ୍ପତ୍ତି ପାଇଁ ଏକ ନୂଆ ସିଷ୍ଟମ ଲଞ୍ଚ କରାଯାଇଛି । ଏଣିକି ସର୍ବୋଚ୍ଚ ଅଦାଲତର ସମସ୍ତ ନିଷ୍ପତ୍ତି ‘ନ୍ୟୁଟ୍ରାଲ ସାଇଟେସନ’ ପ୍ରଣାଳୀ ମାଧ୍ୟମରେ କରାଯିବ । ସମସ୍ତ ହାଇକୋର୍ଟ ନିଜର ନିଷ୍ପତ୍ତି କ୍ଷେତ୍ରରେ ‘ନ୍ୟୁଟ୍ରାଲ ସାଇଟେସନ’ ପ୍ରଣାଳୀର ଅନୁପାଳନ କରିବା ଦରକାର । ଦେଶର ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ ଏ ବାବଦରେ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସମୟରେ ଦିଲ୍ଲୀ, କେରଳ, ମାଡ୍ରାସ ହାଇକୋର୍ଟ ନିଜର ନିଷ୍ପତ୍ତି ପାଇଁ ‘ନ୍ୟୁଟ୍ରାଲ ସାଇଟେସନ’ ପ୍ରଣାଳୀ ଉପସ୍ଥାପନ କରିଛନ୍ତି । କୋର୍ଟ ଦ୍ୱାରା ଦିଆଯାଇଥିବା ସମସ୍ତ ୩୦ ହଜାର ନିଷ୍ପତ୍ତି ପାଇଁ ଏହି ପ୍ରଣାଳୀ ଲାଗୁ ହେବ । ଶୀର୍ଷ ଅଦାଲତଙ୍କ ନିଷ୍ପତ୍ତିର ଏକ ସମାନ ପ୍ୟାଟର୍ଣ୍ଣ ସୁନିଶ୍ଚିତ କରିବା ପାଇଁ ଏହି ପ୍ରଣାଳୀର ଶୁଭାରମ୍ଭ କରାଯାଇଛି ।

ସିଜେଆଇ କହିଛନ୍ତି, କୋର୍ଟ ଇଂରାଜୀରୁ ସ୍ଥାନୀୟ ଭାଷାରେ ନିଜର ନିଷ୍ପତ୍ତିକୁ ଅନୁବାଦ କରିବା ପାଇଁ ମେଶିନ ଲର୍ଣ୍ଣିଂ ଟୁଲ୍ସର ଉପଯୋଗ କରୁଛନ୍ତି । ଶୀର୍ଷ ଅଦାଲତରେ ନିଷ୍ପତ୍ତିକୁ ଚିହ୍ନଟ କରି ତାକୁ ଉଲ୍ଲେଖ କରିବା ପାଇଁ ଏକ ସମାନ, ବିଶ୍ୱସନୀୟ ଓ ସୁନିଶ୍ଚିତ କାର୍ଯ୍ୟପ୍ରଣାଳୀର ଶୁଭାରମ୍ଭ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦାଲତ ସମସ୍ତ ନିଷ୍ପତ୍ତିର ଅନୁବାଦ କରିବେ ଓ ମଶୀନ ଟୁଲ୍ସର ଉପଯୋଗ କରାଯାଉଛି । ଏହାକୁ ଜିଲ୍ଲା ବିଚାରପତିଙ୍କ ଟିମ୍ ଦ୍ୱାରା ସ୍ଥାପିତ କରାଯାଉଛି । ସୁପ୍ରିମକୋର୍ଟର ୨୯୦୦ ନିଷ୍ପତ୍ତିକୁ ଅନୁବାଦ କରାସରିଛି । ଅନେକ ସମୟରେ ଏହି ଅନୁବାଦ ଅତ୍ୟନ୍ତ କଠିନ ହୋଇଥାଏ ।

Get real time updates directly on you device, subscribe now.