fbpx
BJD SKY
BJD SKY

୩ ଲକ୍ଷରୁ ଅଧିକ ଶିକ୍ଷକଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ: ଘୋଷଣା କଲେ ଶିକ୍ଷାମନ୍ତ୍ରୀ

BJD

ବିହାର: ସାରା ଦେଶରେ ବେକାରୀ ସମସ୍ୟା ଏବଂ ବେରୋଜଗାରୀକୁ ନେଇ ସବୁବେଳେ ଆଲୋଚନା ଲାଗି ରହିଛି । କିନ୍ତୁ କୌଣସି ନିଷ୍କର୍ସ କିମ୍ବା ସ୍ଥାୟୀ ସମାଧାନ ବାହାରିବା ସମ୍ଭବ ହୋଇପାରିନାହିଁ । ତେବେ ଏହା ମଧ୍ୟରେ ପ୍ରାୟ ୩ ଲକ୍ଷରୁ ଅଧିକ ପଦବୀରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଘୋଷଣଶ କରିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳି ସାରିଥିବା ବେଳେ କ୍ୟାବିନେଟରେ ମୋହରକୁ ଅପେକ୍ଷା ବୋଲି ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ।

ବିହାରର ଶିକ୍ଷା ବିଭାଗରେ ୩ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନେଇ ମଞ୍ଜୁରୀ ମିଳିଥିବା କହିଛନ୍ତି ମନ୍ତ୍ରୀ ଚନ୍ଦ୍ରଶେଖର । ଟ୍ୱିଟରରେ ଏକ ପୋଷ୍ଟ କରି ସେ ଏହି ଘୋଷଣା କରିଛନ୍ତି । ସପ୍ତମ ପର୍ଯ୍ୟାୟରେ ଶିକ୍ଷକ ନିୟୋଜନ ନିୟମାବଳୀରେ ସେ ଦସ୍ତଖତ କରିଥିବା ଟ୍ୱିଟରରେ ପ୍ରକାଶ କରିଛନ୍ତି । ତେବେ ଚଳିତବର୍ଷ ମୋଟ ୩ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ମିଳିବା ନେଇ ସେ ଆଶ୍ୱାସନା ଦେଇଛନ୍ତି । ତେବେ ମହାଗଠବନ୍ଧନ ଦେଇଥିବା ୧୦ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତିକୁ ପୂରଣ କରିବେ ବୋଲି କହିଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ।

ତେବେ ଶିକ୍ଷକ ନିଯୁକ୍ତିକୁ ନେଇ ଗତ କିଛି ମାସରୁ ଆନ୍ଦୋଳନ ଲାଗି ରହିଛି । ସପ୍ତମ ପର୍ଯ୍ୟାୟରେ ଶିକ୍ଷକ ନିଯୁକ୍ତି ପାଇଁ ଲଗାତାର ଦାବି କରି ଆସୁଥିଲେ ଏହି ଆନ୍ଦୋଳନକାରୀ । ତେବେ ଏହାମଧ୍ୟରେ ଶିକ୍ଷାମନ୍ତ୍ରୀଙ୍କ ଏହି ଘୋଷଣା ସେମାନଙ୍କ ପାଇଁ ବଡ ସଫଳତା ପାଲଟିଛି । କିନ୍ତୁ ଏପରି ଘୋଷଣା କରିବା ପରିବର୍ତ୍ତେ ଅଫିସିଆଲ ତରଫରୁ ଏକ ସୂଚନା ଦିଆଯାଉ ବୋଲି ସେମାନେ ଜିଦ କରିଛନ୍ତି ।

Get real time updates directly on you device, subscribe now.