fbpx

ବିପଦରେ କପିଳ ଦେବଙ୍କ ଏହି ରେକର୍ଡ: ଇନ୍ଦୋର ଟେଷ୍ଟରେ ‘ମହାରେକର୍ଡ’କୁ ଭାଙ୍ଗିପାରନ୍ତି ଅଶ୍ୱୀନ

ଇନ୍ଦୋର: ଆସନ୍ତା ୧ ତାରିଖରୁ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଇନ୍ଦୋରରେ ହେବାକୁ ଥିବା ଏହି ମ୍ୟାଚରେ ଅଶ୍ୱୀନଙ୍କ ପାଖରେ ଇତିହାସ ରଚିବା ପାଇଁ ଏକ ବଡ ସୁଯୋଗ ରହିଛି । ଅନେକ ଖେଳାଳିଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ପାଇବେ ଅଶ୍ୱୀନ । ଏହି ତାଲିକାରେ ଭାରତର ପୂର୍ବ ଅଧିନାୟକ କପିଲ ଦେବ ମଧ୍ୟ ସାମିଲ ଅଛନ୍ତି । କପିଳ ଦେବଙ୍କ ଏହି ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିପାରନ୍ତି ଅଶ୍ୱୀନ ।

ଭାରତର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ରେକର୍ଡରୁ ମାତ୍ର ୧ ୱିକେଟ ପଛରେ ରହିଛନ୍ତି ଷ୍ଟାର ଅଫସ୍ପିନର ଅଶ୍ୱୀନ । ତେବେ ଇନ୍ଦୋର ଟେଷ୍ଟରେ ୨ ୱିକେଟ ନେଲେ କପିଳ ଦେବଙ୍କୁ ପଛରେ ପକାପାରିବେ । ଅନ୍ତର୍ଜାତୀୟ କ୍ରିକେଟରେ କପିଳ ଦେଙ୍କ ନାଁରେ ୬୮୭ ୱିକେଟ ରହିଥିବା ବେଳେ ଅଶ୍ୱୀନ ୬୮୬ଟି ୱିକେଟ ଅକ୍ତିଆର କରିସାରିଛନ୍ତି । ତେବେ ଏହି କାରନାମା କରିବା ମାତ୍ରେ ଭାରତ ପାଇର୍ ସର୍ବାଧିକ ୱିକେଟ ନେବାରେ ତୃତୀୟ ଖେଳାଳି ପାଲଟିଯିବେ ଅଶ୍ୱୀନ । ତାଙ୍କ ପୂର୍ବରୁ କପିଳ ଦେବ, ଅନିଲ କୁମ୍ବଲେ ଏବଂ ହରଭଜନ ସିଂହ ଏହି ରେକର୍ଡ ଅତିକ୍ରମ କରିସାରିଛନ୍ତି ।

ଏହାବ୍ୟତୀତ ଅନିଲ କୁମ୍ବଲେଙ୍କର ଏକ ରେକଡଁ ମଧ୍ୟ ଭାଙ୍ଗିବାର ଖୁବ ନିକଟତର ରହିଛନ୍ତି ଅଶ୍ୱୀନ । ଇନ୍ଦୋର ଟେଷ୍ଟରେ ଅଶ୍ୱୀନ ଯଦି ୯ ୱିକେଟ ହାସଲ କରିପାରିବେ, ତବେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ଖେଳାଳି ହୋଇଯିବେ । ତେବେ ଏପର୍ଯ୍ୟନ୍ତ ଏହି ରେକର୍ଡ ଅନିଲ କୁମ୍ବଲେଙ୍କ ନାଁରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ମୋଟ ୧୧୧ ୱିକେଟ ହାସଲ କରିଛନ୍ତି । ତେବେ ଅଶ୍ୱୀନଙ୍କ ନାମରେ ରହିଛି ୧୦୩ ସଫଳତା । ସେହିପରି ଭାରତ ପାଇଁ ସର୍ବାଧିକ ୫ ୱିକେଟ ହଲ୍ ଅଫ ଫେମ୍ରେ ମଧ୍ୟ ନିଜ ନାମକୁ ସାମିଲ କରିପାରନ୍ତି । ବର୍ତ୍ତମାନ ଅନିଲ କୁମ୍ବଲେଙ୍କ ଏବଂ ସେ ୨୫ ଥର ଲେଖାଏଁ ଏହି କାରନାମା କରିଛନ୍ତି ।

Get real time updates directly on you device, subscribe now.