fbpx

Layoff Drive: କେମିକାଲ କମ୍ପାନୀ BASFରୁ ବିଦାହେବେ ୨୬୦୦ କର୍ମଚାରୀ

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଛଟେଇ ସିଜିନ୍ ଚାଲିଛି । ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ବହୁ ପ୍ରତିଷ୍ଠିତ କମ୍ପାନୀମାନେ ସେମାନଙ୍କର ମାନବ ସମ୍ବଳକୁ ହ୍ରାସ କରୁଛନ୍ତି । ଏହି କ୍ରମରେ ଯୋଡ଼ିହୋଇଛନ୍ତି ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ, ଗୁଗଲ ପରି ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ । ଏହା ମଧ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କର ଚାକିରି ହରାଇ ସାରିଲେଣି ।

ତେବେ ଏହା ମଧ୍ୟରେ ପୁଣି ଏକ କମ୍ପାନୀରୁ ଶହ ଶହ କର୍ମଚାରୀ ଚାକିରି ହରାଇବାକୁ ଯାଉଛନ୍ତି । ସୂଚନା ମୁତାବକ, କେମିକାଲ କମ୍ପାନୀ ବାସଫର ୨୬୦୦ ଜଣ କର୍ମଚାରୀଙ୍କୁ ଖୁବଶୀଘ୍ର କାର୍ଯ୍ୟରୁ ଅନ୍ତର କରାଯିବ । ଗ୍ଲୋବାଲ ୱାର୍କଫୋର୍ସର ପାଖାପାଖି ୨ ପ୍ରତିଶତ କର୍ମଚାରୀଙ୍କୁ ଲେଅଫ୍ କରାଯିବ । ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ରୁଷିଆ ଗ୍ୟାସ ଶସ୍ତାରେ ମିଳୁ ନଥିବାରୁ କମ୍ପାନୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ।

ତେବେ ଏଥିସହିତ ଏହି ଜର୍ମାନ କେମିକାଲ ଉତ୍ପାଦନକାରୀ କମ୍ପାନୀ କିଛି ଫ୍ୟାକ୍ଟ୍ରି, ଦୁଇଟି ଆମୋନିଆ ପ୍ଲାଣ୍ଟ, ଫର୍ଟିଲାଇଜର ସୁବିଧା ଥିବା ସଂସ୍ଥାକୁ ବନ୍ଦ କରିଦେବ ବୋଲି ବ୍ଲୁମବର୍ଗ ନ୍ୟୁଜରୁ ଜଣାପଡ଼ିଛି । ତେବେ ଏହିସବୁ ଫ୍ୟାକ୍ଟ୍ରି ବନ୍ଦ କରିଦେବା ଫଳରେ ୭୦୦ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟଜନକ ପରିସ୍ଥିତି କାରଣରୁ ଅଂଶଧନ କ୍ରୟ କାର୍ଯ୍ୟକ୍ରମକୁ ସମୟ ପୂର୍ବରୁ କମ୍ପାନୀ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ସିଇଓ ମାର୍ଟିନ ବ୍ରୁଡରମୁଏଲର ଏ ବାବଦରେ ଏକ ବୟାନ ଜାରି କରିଛନ୍ତି ।

Get real time updates directly on you device, subscribe now.