ନୂଆଦିଲ୍ଲୀ: କୌଣସି ଫ୍ଲାଗସିପ୍ ସ୍ମାର୍ଟଫୋନକୁ ଲଞ୍ଚ କରିବା ପୂର୍ବରୁ ସାଧାରଣତଃ ଏହାର ଅଧିକ ପ୍ରଚାର-ପ୍ରସାର କରାଯାଇଥାଏ । କିନ୍ତୁ କୌଣସି ମିଡ-ରେଞ୍ଜ ଫୋନ୍ କୁ ନେଇ ଏଭଳି ଉତ୍ସାହ ଦେଖିବାକୁ ମିଳିନଥାଏ ଯାହା Nothing Phone 1 କୁ ନେଇ ଦେଖିବାକୁ ମିଳିଛି । ନିଜର ଲୁକ୍ ଏବଂ ଡିଜାଇନକୁ ନେଇ ଅନେକ ସମୟରୁ ଚର୍ଚ୍ଚାରେ ରହି ଆସିଥିବା ନଥିଙ୍ଗ ଫୋନ୍ ମଙ୍ଗଳବାର ଭାରତ ସହ ଅର୍ନ୍ତଜାତୀୟ ବଜାରରେ ଲଞ୍ଚ ହୋଇଛି ।
ଫୋନର ସ୍ପେିସିଫିକେସନ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଏହି ଫୋନର ସବୁଠୁ ୟୁନିକ୍ ଫିଚର ବିଷୟରେ ଜାଣି ନିଅନ୍ତୁ । ଏହି ଫୋନର ୟୁନିକ୍ ଫିଚର୍ସ ହେଉଛି ଏହାର ସେମୀ ଟ୍ରାନ୍ସପ୍ୟାରେଣ୍ଟ ବ୍ୟାକ୍ ପ୍ୟାନେଲ ଏବଂ ଗ୍ଲୀଫ୍ ଇଣ୍ଟରଫେସ୍, ଯାହା ଏହି ଫୋନକୁ ଅନ୍ୟ ସବୁ ଫୋନ୍ ଠାରୁ ସଂପୂର୍ଣ୍ଣ ଅଲଗା ପ୍ରଦର୍ଶିତ କରିବାରେ ସଫଳ ହୋଇଛି । ଏହା ସହ ବ୍ୟାକ୍ ପ୍ୟାନେଲର ଏଲଇଡି ଷ୍ଟ୍ରିପ୍ ଲାଗିଛି, ଯାହା ୟୁଜର୍ସଙ୍କୁ ନୋଟିଫିକେସନ, ରିଙ୍ଗଟୋନ୍ ସହ ଅନେକ କାମ ପାଇଁ ଭିନ୍ନ ଭିନ୍ନ ପ୍ରକାରର ୟୁନିକ୍ ଲାଇଟ୍ ପ୍ୟାଟର୍ଣ୍ଣ ଯୋଗାଇବ । ଖାଲି ସେତିକି ନୁହେଁ ଏହି ଲାଇଟକୁ କଷ୍ଟମର ନିଜ ହିସାବରେ ସେଟ୍ କରିପାରିବେ । ଫୋନକୁ ବ୍ଲାକ୍ ଏବଂ ହ୍ୱାଇଟ କଲର ଅପ୍ସନରେ ଲଞ୍ଚ କରାଯାଇଛି । ଫୋନରେ ଆଲୁମିନିୟମ ଫ୍ରେମ୍ ଦିଆଯାଇଛି । ଫୋନରେ ଆପଣଙ୍କୁ କୌଣସି ବ୍ଲୋଟଓୟାର ମଧ୍ୟ ଦେଖିବାକୁ ମଳିବନି ବା ଅଯଥା ଆଡ୍ କିମ୍ବା ଆପ୍ ମଧ୍ୟ ଦେଖିବାକୁ ମିଳିବନି ।
ଏବେ ଆସନ୍ତୁ ଜାଣିବା ଫୋନର ସ୍ପେସିଫିକେଶନ ବିଷୟରେ:
Nothing Phone 1 ରେ ଡୁଆଲ ନାନୋ ସିମ୍ ରହିଛି । ଏହା ୨ଜି ରୁ ୫ଜି ପର୍ଯ୍ୟନ୍ତ ନେଟୱର୍କକୁ ସପୋର୍ଟ କରିବ । ଫୋନ୍ Android 12 ଦ୍ୱାରା ପରିଚାଳିତ । ଏଥିରେ ୬.୫୫ ଇଞ୍ଚର Full HD OLED ଡିସପ୍ଲେ ରହିଛି, ଯେଉଁଥିରେ 120Hz ର ରିଫ୍ରେଶ ରେଟ୍ ଏବଂ 240Hzର ଟଚ୍ ସାମ୍ପଲିଂ ରେଟ୍ ଦେଖିବାକୁ ମିଳିବ । ଫୋନରେ ଗୋରିଲ୍ଲା ଗ୍ଲାସ ସପୋର୍ଟ ରହିଛି । ପ୍ରୋସେସର ବିଷୟରେ କହିଲେ ସ୍ମାର୍ଟଫୋନରେ ଶକ୍ତିଶାଳୀ Qualcomm Snapdragon 778G+ ଚିପସେଟ୍ ଦେଖିବାକୁ ମିଳିବ । ଫୋନରେ ଆପଣଙ୍କୁ ୧୨ ଜିବି ପର୍ଯ୍ୟନ୍ତ ରାମ୍ ଦେଖିବାକୁ ମିଳିବ ।
ବ୍ୟାଟେରୀ: କୌଣସି ଫୋନର ବ୍ୟାଟେରୀ ଲାଇଫ୍ ବେଶ୍ ଗୁରୁତ୍ୱ ବହନ କରିଥାଏ କାରଣ ପ୍ରାୟ ସମସ୍ତଙ୍କୁ ଫୋନକୁ ବାରମ୍ବାର ଚାର୍ଜ କରିବାକୁ ପସନ୍ଦ ନଥାଏ । ତେବେ ନଥିଙ୍ଗ ଫୋନ ୧ ରେ 4500 mAhର ବ୍ୟାଟେରୀ ମିଳିବ । ନଥିଙ୍ଗ ଫୋନ୍ ୧ ର ସଫ୍ଟଓୟାର ଏବଂ ହାର୍ଡେଓୟାର ଅଫ୍ଟିମାଇଜେସନ ଆପଣଙ୍କୁ ଆରାମରେ ୧.୫ ଦିନର ବ୍ୟାଟେରୀ ଲାଇଫ୍ ଯୋଗାଇବ । ଏହା ସହ ଫୋନରେ 33W ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । 5W ର ରିଭର୍ସ ଚାର୍ଜିଂ ସିଷ୍ଟମ ରହିଛି । ଫୋନରେ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ ।
କନେକ୍ଟିଭିଟି: ୱାଇଫାଇ ୬, ବ୍ଲୁଟୁଥ୍ ୫.୨, ଏନଏଫସି, ଜିପିସି, ଟାଇପ୍ ସି ପୋର୍ଟ ଭଳି ଅନେକ ଫିଚର୍ସ ରହିଛି । ଏହା ସହ ଫୋନ୍ ଡଷ୍ଟ ଏବଂ ୱାଟର ରେଜିଷ୍ଟାଣ୍ଟ ପାଇଁ ଆଇପି ୫୩ ରେଟିଂ, ଡୁଆଲ ଷ୍ଟେରିଓ ସ୍ପିକର ଏବଂ ତିନି ମାଇକ୍ରୋଫୋନ୍ ଦିଆଯାଇଛି । ଫୋନରେ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହ ସବୁ ପ୍ରକାରର ସେନ୍ସର ରହିଛି ।
କ୍ୟାମେରା: ନଥିଙ୍ଗ ଫୋନ୍ ୧ ରେ 50+50 MP ର ଡୁଆଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିଛି । କ୍ୟାମେରା ବିଷୟରେ କହିଲେ ଏଥିରେ ଅନେକ ଫିଚର୍ସ ରହିଛି । ତେବେ ପ୍ରଥମ ସେଟଅପ୍ ୫୦ ମେଗାପିକ୍ସଲ କ୍ୟାମେରା Sony IMX766 Sensor f/1.88 ଅପର୍ଚର ଲେନ୍ସ ସହ ରହିଛି ଏବଂ ଏହା ଓଆଇଏସ ସହ ଇଆଇଏସ ଇମେଜ ଷ୍ଟାବିଲାଇଜେସନ ସହ ରହିଛି । ଅନ୍ୟଟି ୫୦ ମେଗାପିକ୍ସଲର Samsung JN1 Sensor, f/2.2 ଅପର୍ଚର ଅଲ୍ଟ୍ରାୱାଇଡ୍ ଆଙ୍ଗେଲ ଲେନ୍ସ ସହ ଯାଇଛି । ଫୋନରେ ପାନୋରମା, ନାଇଟ ମୋଡ୍, ପୋଟ୍ରେଟ୍ ମୋଟ, ଏକ୍ସଟ୍ରିମ ନାଇଟ ମୋଡ୍ ଏବଂ ଏକ୍ସପୋର୍ଟ ମୋଡ୍ ସହ ଅନେକ ଫିଚର୍ସ ରହିଛି । ବ୍ୟାକ୍ କ୍ୟାମେରାରେ ଆପଣ 4K ଭିଡିଓ ସୁଟ୍ କରିପାରିବେ । ସେହିପରି ଫ୍ରଣ୍ଟରେ ସେଲ୍ଫୀ ଏବଂ ଭିଡିଓ କଲିଂ ପାଇଁ f/2.45 ଅପର୍ଚରର ୧୬ ମେଗାପିକ୍ସଲର Sony IMX471 ସେନ୍ସର ଲଗାଯାଇଛି । ସେହପରି ଫୋନରେ ପଛରେ ଏକ ଛୋଟ ଏଲଇଡି ରହିଛି ଯାହା କ୍ୟାମେରାରେ ରେକର୍ଡିଂ ସମୟରେ ଜଳିବ, ଏହାଦ୍ୱାରା ଆପଣଙ୍କୁ ଜଣାପଡ଼ିବ ଯେ ରେକର୍ଡ ଆରମ୍ଭ ହୋଇଯାଇଛି ।
ଦାମ୍: ଭାରତରେ ନଥିଙ୍ଗ ଫୋନ ୧ ର ୮ଜିବି+୧୨୮ ରାମ୍ ଭ୍ୟାରିଏଣ୍ଟର ମୂଲ୍ୟ ୩୨,୯୯୯ ଟଙ୍କା ରହିଥିବାବେଳେ ୮ ଜିବି + ୨୫୬ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ରହିଛି । ସେହିପରି ୧୨ ଜିବି+୨୫୬ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୩୮,୯୯୯ ଟଙ୍କା ରହିଛି । ଫୋନକୁ ୨୧ ଜୁଲାଇ ଠାରୁ ଫ୍ଲିପକାର୍ଟରୁ କିଣିହେବ । ସୂଚନାଯୋଗ୍ୟ, ଫୋନର ପ୍ରି-ଅର୍ଡର କରିଥିବା ଗ୍ରାହକଙ୍କୁ କମ୍ପାନୀ ୧ ହଜାର ଟଙ୍କା ଡିସ୍କାଉଣ୍ଟ ଦେବ । ଏହା ସହ ଅନ୍ୟ ଅଫର୍ ମଧ୍ୟ ରହିଛି ।