ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ସାଙ୍ଗରେ ନେଇପାରିବେ ଲେଖାଳି, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ସୁପ୍ରିମ କୋର୍ଟ କହିଛନ୍ତି ଯେ, ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ପରୀକ୍ଷାରେ ଲେଖିବା ଲାଗି ସାଙ୍ଗରେ ଲେଖାଳି ନେଇପାରିବେ।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ, ଦିବ୍ୟାଙ୍ଗତା ମାନକ ମାନଦଣ୍ଡକୁ ପୂରଣ କରିବା ବିନା ମଧ୍ୟ ପରୀକ୍ଷାରେ ଲେଖିବା ଲାଗି ଲେଖାଳି(ସ୍କ୍ରାଇବ) ନେଇପାରିବେ।
ବିଚାରପତି ଜେ ବି ପାରଦୀୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ପୀଠ କହିଛନ୍ତି ଯେ, ଏହାର ଉଚିତ ଏବଂ ଯଥାର୍ଥ ଅନୁପାଳନ ନିଶ୍ଚିତ କରିବା କେନ୍ଦ୍ରର ଦାୟିତ୍ୱ।
ପୀଠ କହିଛନ୍ତି ଯେ, ଏହି ନ୍ୟାୟାଳୟର ନିର୍ଦ୍ଦେଶ ଅନୟସରଣରେ ପ୍ରତିବାଦୀ ସଂଖ୍ୟା ୫(କେନ୍ଦ୍ର) ଦ୍ୱାରା ଜାରି ଦିଗ-ନିର୍ଦ୍ଦେଶଙ୍କୁ ଲାଗୁ କରିବା ଆବଶ୍ୟକ। କାରଣ ପିଡବ୍ଲୁଡି ପରୀକ୍ଷାର୍ଥୀଙ୍କୁ ମିଳିଥିବା ଲାଭକୁ ସମସ୍ତ ପିଡବ୍ଲୁଡି ପରୀକ୍ଷାର୍ଥୀଙ୍କୁ ବିନା କୌଣସି ବାଧାରେ ପରୀକ୍ଷା ଦେବାକୁ ଦିଆଯାଉ।
SC ସମସ୍ତ କର୍ତ୍ତୃପକ୍ଷ, ନିଯୁକ୍ତି ଏଜେନ୍ସି ଏବଂ ପରୀକ୍ଷା ସଂସ୍ଥାକୁ ଦେଲେ ନିର୍ଦ୍ଦେଶ: ସୁପ୍ରିମକୋର୍ଟ ସମସ୍ତ କର୍ତ୍ତୃପକ୍ଷ, ନିଯୁକ୍ତି ଏଜେନ୍ସି ଏବଂ ପରୀକ୍ଷା ସଂସ୍ଥାକୁ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ସମାନ ଭାବରେ ପାଳନ କରିବାକୁ ଏବଂ ମଝିରେ ମଝିରେ ସର୍ଭେ କିମ୍ବା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।