fbpx
BSKY
BJD YOUTH SKY
BJD MS SKY

ବନ୍ଦ ହୋଇଯିବ ରାଜ୍ୟର ସମସ୍ତ ଦୂରଦର୍ଶନ କେନ୍ଦ୍ର, ୪୧୨ଟି କେନ୍ଦ୍ର ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି କଲା ପ୍ରସାର ଭାରତୀ

ନୂଆଦିଲ୍ଲୀ: ରାଜ୍ୟର ସମସ୍ତ ଦୂରଦର୍ଶନ କେନ୍ଦ୍ର ବନ୍ଦ ହୋଇଯିବ । ତେବେ ମୋଟ ୪୧୨ଟି କେନ୍ଦ୍ର ବନ୍ଦ କରିବା ନେଇ ପ୍ରସାର ଭାରତୀ ପରିଚାଳନା ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗୋଟିଏ ପଟେ ଦେଶରେ ୬ ଶହରୁ ଅଧିକ ସ୍ଥାନରେ ଅତ୍ୟାଧୁନିକ ବୈଷୟିକ କୌଶଳଯୁକ୍ତ ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ସ୍ଥାପନ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଶହ ଶହ ଆଞ୍ଚଳିକ କେନ୍ଦ୍ର ବନ୍ଦ ନେଇ ପ୍ରସାର ଭାରତୀ ନିଷ୍ପତ୍ତି ରାଜ୍ୟବାସୀଙ୍କୁ ସମସ୍ୟା ମଧ୍ୟକୁ ଠେଲି ଦେଇଛି । ତେବେ ପ୍ରସାର ଭାରତୀର ଏଭଳି ଏକଚାଟିଆ ନିଷ୍ପତ୍ତି ବିରୋଧରେ ଦୂରଦର୍ଶନ ଓ ଆକାଶବାଣୀ ଯାନ୍ତ୍ରିକ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଅବଗତ କରାଯାଇଛି । ଏଥିସହ ସଂଘର ରାଜ୍ୟ ଶାଖାର କର୍ମଚାରୀମାନେ ମଧ୍ୟ ଏନେଇ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଦୁର୍ଗମ ଅଞ୍ଚଳର ଲୋକେ ଦୂରଦର୍ଶନ ଉପରେ ନିର୍ଭର କରିଥାନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ ପାଇଁ ରେଡିଓ ଓ ଦୂରଦର୍ଶନ ନିହାତି ଜରୁରୀ । ତେବେ ନିର୍ଦ୍ଦେଶ ମୁତାବକ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ବାଣପୁର, ତିର୍ତ୍ତୋଲ, ନରସିଂହପୁର, ପାରଦୀପ ଆଦି ଉପକୂଳ ଅଞ୍ଚଳରେ ଥିବା କେନ୍ଦ୍ର ଆସନ୍ତା ୩୧ ତାରିଖରେ ବନ୍ଦ କରାଯିବ । ସେହିପରି ରାଜ୍ୟର ଅନ୍ୟ କେନ୍ଦ୍ରକୁ ବନ୍ଦ କରିବା ପାଇଁ ମଧ୍ୟ ପ୍ରସାର ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.