fbpx

ସ୍ପୁଟନିକ୍-ଭି ଟିକାରେ ରହିଛି ଏଚଆଇଭି ଭୟ, ଦକ୍ଷିଣ ଆଫ୍ରିକା ପରେ ଏହି ଦେଶ କଲା ବ୍ୟାନ୍

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ସଙ୍କଟାପର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ଜୋରଦାର୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଋଷ କରୋନା ଟିକା ସ୍ପୁଟନିକ୍-ଭି କୁ ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଛି । ଏହା ଉପରେ ରୋକ୍ ଲଗାଇଛି ନାମୀବିୟା । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ କେବଳ ନାମୀବିୟା ନୁହେଁ ବରଂ ପଡୋଶୀ ରାଷ୍ଟ୍ର ଦକ୍ଷିଣ ଆଫ୍ରିକା ମଧ୍ୟ ଏହାର ବ୍ୟବହାର ଉପରେ ରୋକ୍ ଲଗାଇଦେଇଥିଲେ ।

ସୂଚନା ଯେ, ଋଷ ଟିକା ସ୍ପୁଟନିକ୍-ଭି ନେଉଥିବା ପୁରୁଷ ମାନଙ୍କ ଠାରେ ଏଚଆଇଭି ସଂକ୍ରମଣ ଦେଖିବାକୁ ମିଳିଛି । ଏଚଆଇଭି ହେବାର ଆଶଙ୍କା ପୁରୁଷ ମାନଙ୍କ ଠାରେ ବଢ଼ିଯାଉଛି । ତେଣୁ ଏହା ଉପରେ ରୋକ୍ ଲଗାଇଦିଆଯାଇଛି । ତେବେ ଏହି ଆଶଙ୍କାକୁ ନେଇ ସ୍ପୁଟନିକ୍-ଭି ଭାକସିନ୍ ପ୍ରସ୍ତୁତକାରୀ ଜମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅସନ୍ତୁଷ୍ଟି ଜାହିର୍ କରିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ, ନାମୀବିୟା ପାଖରେ କୌଣସି ସାଇଣ୍ଟିଫିକ୍ ପ୍ରମାଣ ଉପରେ ଆଧାରିତ ନୁହେଁ । ଅନ୍ୟପଟେ ଭାରତରେ ଏହାର ବ୍ୟବହାରକୁ ନେଇ ଅନୁମତି ଦିଆଯାଇଛି । କିନ୍ତୁ କୌଣସି ଆଶଙ୍କା ଏଯାଏଁ ସାମନାକୁ ଆସିନାହିଁ ।

 

Get real time updates directly on you device, subscribe now.