fbpx

ଯଦି ଫ୍ଲାଇଟ ଭିତରେ କୌଣସି ଶିଶୁ ଜନ୍ମଗ୍ରହଣ କରେ, ତେବେ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ହେବ, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି କୌଣସି ଶିଶୁ ଫ୍ଲାଇଟ ଭିତରେ ଜନ୍ମଗ୍ରହଣ କରେ, ତେବେ ଏପରି କ୍ଷେତ୍ରରେ ତା’ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ଲେଖା ହେବ? ଏକଥା ଆପଣ ହୁଏତ ଜାଣିନଥିବେ । ମନେକରାଯାଉ, ଗୋଟିଏ ଫ୍ଲାଇଟ ଭାରତରୁ ଆମେରିକା ଯିବା ରାସ୍ତାରେ ଶିଶୁଟି ଜନ୍ମଗ୍ରହଣ କଲା । ଏପରି କ୍ଷେତ୍ରରେ ଶିଶୁର ଜନ୍ମସ୍ଥାନ କ’ଣ ହେବ, ଭାରତ ନା ଆମେରିକା? । ଏହାକୁ ନେଇ ଯେ କେହି ଭ୍ରମରେ ପଡ଼ିବା ସ୍ୱାଭାବିକ ।

ଭାରତରେ ୭ ମାସ ବା ତହିଁରୁ ଅଧିକ ଗର୍ଭବତୀ ମହିଳାଙ୍କୁ ବିମାନ ଯାତ୍ରା ଅନୁମତି ନାହିଁ । ତେବେ କିଛି ଜରୁରୀକାଳୀନ ପରିସ୍ଥିତିରେ ଏହି ଅନୁମତି ପ୍ରଦାନ କରାଯାଇଥାଏ । ତେବେ ଏପରି ସ୍ଥିତିରେ ଯଦି କୌଣସି ଶିଶୁ ଜନ୍ମ ହୁଏ, ତା’ର ଜନ୍ମସ୍ଥାନ ନିର୍ଦ୍ଧାରଣ କରିବା ନିହାତି କାଠିକର ପାଠ । ଏୟାରପୋର୍ଟ ଅର୍ଥରିଟିରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀଙ୍କ ମତରେ, ଏଥିପାଇଁ ସର୍ବପ୍ରଥମେ ଦେଶର ସୀମାକୁ ଦେଖାଯାଏ । ଶିଶୁଟି ଜନ୍ମ ହୋଇଥିବା ସମୟରେ ଫ୍ଲାଇଟ କେଉଁ ଦେଶର ସୀମାରେ ରହିଛି, ତାହାକୁ ନଜର ଦିଆଯାଏ । ଏହାପରେ ଫ୍ଲାଇଟ ଅବତରଣ କରିବା ପରେ ସମ୍ପୃକ୍ତ ଦେଶର ଏୟାରପୋର୍ଟ ଅଥରିଟିଙ୍କଠାରୁ ଶିଶୁର ଜନ୍ମ ସାର୍ଟିଫିକେଟ ନିଆଯାଇଥାଏ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । ଯେଉଁ ଦେଶର ସୀମା ଉପରେ ବିମାନ ଉଡ଼ୁଥିବା ଅବସ୍ଥାରେ ଶିଶୁ ଜନ୍ମଗ୍ରହଣ କରେ, ତା’ର ଜନ୍ମସ୍ଥାନ ଉକ୍ତ ଦେଶ ବୋଲି ଗ୍ରହଣ କରାଯିବ । ତେବେ ପିତାମାତାଙ୍କ ନିଜ ଦେଶର ନାଗରିକତା ଉକ୍ତ ଶିଶୁକୁ ମିଳିବାର ଅଧିକାର ରହିଛି ବୋଲି କିଛି ବିଶେଷଜ୍ଞ ମଧ୍ୟ ମତ ଦେଇଛନ୍ତି ।

Get real time updates directly on you device, subscribe now.