ଭଦ୍ରକ: ସ୍କୁଲ ପିଲାଙ୍କର ରଜ। ଆଜିଠୁ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ। ନା ସ୍କୁଲ ନା ଅଙ୍ଗନବାଡ଼ି ସବୁ ବନ୍ଦ। ଯେହେତୁ ଏବେ ରାଜ୍ୟରେ ବର୍ଷା ଜାରି ରହିଛି ତେଣୁ ଲଗାଣ ବର୍ଷାରେ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର।
ସେହିପରି ଭଦ୍ରକ ଧାମନଗରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ଯାଏଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।
ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଅର୍ଜୁନପୁର, ହସନାବାଦ, ସୋହଡା ଓ ପଧାନୀ ଅଞ୍ଚଳର ୨୫ଟି ସ୍କୁଲକୁ ବନ୍ଦ କରାଯାଇଛି।
ଆଖୁଆପଦା ଠାରେ ୧୮.୮୬ ମି. ଉପରେ ବୈତରଣୀ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ବନ୍ୟା ପାଣି ପଶୁଛି। ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ପ୍ରବେଶ କରୁଛି।