BREKING: ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସ, ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ
ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡିର ଲୋକସେବା ଭବନ ଘେରାଉ ନେଇ ତତ୍ପରତା।
ଭୁବନେଶ୍ୱର: ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡିର ଲୋକସେବା ଭବନ ଘେରାଉ ନେଇ ତତ୍ପରତା।
ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଓ ଆଖପାଖ ଅଫିସ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ସାଢ଼େ ୯ଟାରୁ ଲୋକସେବା ଭବନ ସମ୍ମୁଖ ଗେଟ୍ ବନ୍ଦ ହେବା ନେଇ ରହିଛି ନିର୍ଦ୍ଦେଶ।
ବାଲେଶ୍ୱରର ଏଫଏମ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ପ୍ରତିବାଦରେ ୨୦ ବର୍ଷୀୟ ଛାତ୍ରୀଙ୍କ ଆତ୍ମଦାହ ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି।