fbpx
BJD SKY
BJD SKY

ଟାଇଟନିକ ଜାହାଜ ଦେଖିବାକୁ ଯାଇ ଶେଷ ଯାତ୍ରା: ପଣ୍ଡୁବୀରେ ଯାତ୍ରା କରିଥିବା ୫ ଯାତ୍ରୀଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ସମସ୍ତ ଯାତ୍ରୀଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ଟାଇଟନ ପଣ୍ଡୁବୀରେ ଯାତ୍ରା କରିଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ ହାର୍ଡିଙ୍ଗ, ପାକିସ୍ତାନୀ ଟାଇକୁନ ଶାହଜାଦା ଦାଉଦ ଓ ତାଙ୍କ ପୁତ୍ର ସୁଲେମାନ ଦାଉଦ, ପଲ-ହେନରୀ ନାର୍ଜିୟୋଲେଟଙ୍କ ନାମ ସାମିଲ ରହିଛି । ପଣ୍ଡୁବୀକୁ ଅପରେଟ କରୁଥିବା ଓସେନଗେଟ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସୂନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଓସେନଗେଟ କମ୍ପାନୀ ପକ୍ଷରୁ ପଣ୍ଡୁବୀ ଯାତ୍ରା ଆରମ୍ଭ କରଯାଇଥିଲା । ସମୁଦ୍ରରେ ବୁଡ଼ି ରହିଥିବା ଟାଇଟନିକ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଯାଇ ୫ ଜଣ ଗଭୀର ସମୁଦ୍ର ମଧ୍ୟକୁ ଯାଇଥିଲେ । ତେବେ ଯାତ୍ରା ଆରମ୍ଭର ମାତ୍ର ଦୁଇ ଘଣ୍ଟା ପରେ ପଣ୍ଡୁବୀ ସହିତ ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ଟାଇଟନିକ ଜାହାଜ ନିକଟରେ ନିଖୋଜ ପଣ୍ଡୁବୀର ଧ୍ୱଂସାବଶେଷ ମିଳିଛି ।

ପଣ୍ଡୁବୀର ଧ୍ୱଂସାବଶେଷ ମିଳିବା ପରେ ବିଶେଷଜ୍ଞ ଟିମ୍ ଯାଞ୍ଚ ଆରମ୍ଭ କରିଛି । କାନାଡ଼ାର ଗୋଟିଏ ଜାହାଜରେ ମୁତୟନ ହୋଇଥିବା ମାନବରହିତ ରୋବୋଟ ପଣ୍ଡୁବୀର ଧ୍ୱଂସାବଶେଷକୁ ସନ୍ଧାନ କରିଥିଲା । ଟାଇଟନ ପଣ୍ଡୁବୀରେ ଯାତ୍ରା କରିଥିବା ମୃତ ୫ ଜଣ ବ୍ୟକ୍ତି ଅରବପତି ଥିଲେ । ଟାଇଟନିକ ଜାହାଜର ଧ୍ୱଂସାବଶେଷ ପର୍ଯ୍ୟନ୍ତ ପହଞ୍ଚିବା, ସେଠାରେ ବୁଲିବା ଓ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଖାପାଖି ୮ ଘଣ୍ଟାର ସମୟ ଲାଗିଥାଏ । ସେଥିମଧ୍ୟରୁ କେବଳ ଜାହାଜର ଧ୍ୱଂସାବଶେଷ ପର୍ଯ୍ୟନ୍ତ ପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିଥାଏ । ସାଧାରଣ ଭାବେ ଜଳର ଗଭୀର ପର୍ଯ୍ୟନ୍ତ ରଶ୍ମୀ ପହଞ୍ଚି ପାରିନଥାଏ । ପଣ୍ଡୁବୀ ପାଖାପାଖି ୩ କିମି ତଳେ ରହିଥିବାରୁ ଏପରି ସ୍ଥଳେ ସର୍ଚ୍ଚ ଟିମ ସ୍ପଷ୍ଟ ଭାବେ ଦେଖିବା ନେଇ ସମସ୍ୟା ଦେଖାଦେଇଥିଲା ।

Get real time updates directly on you device, subscribe now.