fbpx

ପକ୍ଷୀ ମଳରୁ ତିଆରି ହୁଏ ଦୁନିଆର ସବୁଠୁ ମହଙ୍ଗା କଫି, ଦାମ୍ ଶୁଣିଲେ ମୁଣ୍ଡରେ ହାତ ଦେବେ

ଅନେକ ଲୋକ କଫି ପିଇବାକୁ ପସନ୍ଦ କରିଥାନ୍ତି । ଆମେ ଯେଉଁ କଫି ବିଷୟରେ କହିବୁ ଯେକି ସେ କଫିକୁ କେବେ ପିଇନଥିବେ । କାରଣ ଏହି କଫିର ମୂଲ୍ୟ ବହୁତ ମହଙ୍ଗା । ଏହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ଦରମା ଠାରୁ ବହୁ ବି ମହଙ୍ଗା । ଏହି କଫି କୌଣସି ଗଛ ଓ ଉଦ୍ଭିଦରୁ ତିଆରି ହୋଇନି ଏହା ତିଆରି ହୋଇଛି ଏକ ପକ୍ଷୀର ମଳରୁ । ଏହି କଫିକୁ ମହଙ୍ଗା କଫି ଭାବରେ ବିବେଚନା କରାଯାଏ ।

ଅଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଏହି କଫି ଜାକୁ ପକ୍ଷୀର ମଳରୁ ପ୍ରସ୍ତୁତ । ବ୍ରାଜିଲର ଏସପିରିଟୋ ସାଣ୍ଟୋ ରାଜ୍ୟରେ ଏକ କାମୋସିମ୍ କଫି ଫାର୍ମ ଅଛି । ଏହି ଫାର୍ମର ମାଲିକ ହେଉଛନ୍ତି ହେନ୍ରିକ୍ ସ୍ଲୋପର । ଜାକୁ ପକ୍ଷୀ ସ୍ଲୋପର କଫି ବଗିଚାରେ ଆସିବା ଆରମ୍ଭ କରିଥିଲା ।

କଫି ଗଛକୁ ନଷ୍ଟ କରି କଫିର ମଞ୍ଜିଗୁଡିକ ସବୁ ଖାଇଦେଉଥିଲା । ଏହାଦ୍ୱାରା ସ୍ଲୋପର ବହୁତ ରାଗି ଯାଇଥିଲେ । ସେ ପକ୍ଷୀକୁ ଘଉଡାଇବା ପାଇଁ ଅନେକ ଉପାୟ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ସେ ବିଫଳ ହେଲେ, ସେ ଅନ୍ୟ ଏକ ଉପାୟ ଆପଣାଇଲେ । ପକ୍ଷୀକୁ ଘଉଡାଇବା ପରିବର୍ତ୍ତେ ସେ ଏହାକୁ ପାଳିବା ଆରମ୍ଭ କଲେ । ସେ ଭାବିଥିଲେ ଯେ ଜାକୁ ପକ୍ଷୀର ମଳରୁ ବାହାରୁଥିବା ଦାନାରୁ ସେ କଫି ତିଆରି କରିବେ ।

ପରେ ସେ ଶ୍ରମିକମାନଙ୍କୁ ପକ୍ଷୀ ଜଗାରଖା ପାଇଁ ରଖିଲେ ଏବଂ ପକ୍ଷୀର ମଳ ସବୁକୁ ସଂଗ୍ରହ କରିବାକୁ କଲେ । ଏହି ଫାର୍ମ ଦୁନିଆର ସବୁଠୁ ବଡ ଫାର୍ମରେ ପରିଣତ ହେଲା । ଏକମାତ୍ର କଫି ଚାଷ ହେଲା ଯେଉଁଠାରେ ଜାକୁ ପକ୍ଷୀର ମଳରୁ କଫି ଦାନା ଉତ୍ପାଦିତ ହେଉଥିଲା । ପ୍ରାୟ ୧୦ ବର୍ଷ ଧରି ଏଠାରେ କଫି ପ୍ରସ୍ତୁତ କରାଯାଉଛି । ଏହା ଫ୍ରାନ୍ସ, ଜାପାନ ଏବଂ ବ୍ରିଟେନରେ ୧ କିଲୋଗ୍ରାମ ପ୍ରତି ୧.୩ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।

Get real time updates directly on you device, subscribe now.