fbpx
BJD SKY
BJD SKY

ଆଡ଼ପମଣ୍ଡପ ବିଜେ, ଆଜି ଗୁଣ୍ଡିଚା ଘରେ ଶ୍ରୀଜୀଉଙ୍କୁ କରାଯିବ ଅନ୍ନଭୋଗ

BJD

ପୁରୀ: ପୁରୀର ଶରଧାବାଲିଠାରେ ଥିବା ତିନିରଥ ଉପରୁ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ଗତକାଲି ବିଳମ୍ବିତ ରାତି ସୁଦ୍ଧା ଗୁଣ୍ଡିଚା ଘର ପରିସରରେ ଥିବା ଆଡପମଣ୍ଡପ ଉପରେ ବିଜେ କରାଯାଇଛି । ଆଜିଠାରୁ ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି ।

ପୂର୍ବାହ୍ନ ସାଢେ ୭ଟା ଠାରୁ ସାଢେ ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତଙ୍କ ଲାଗି ଗୁଣ୍ଡିଚା ମନ୍ଦିରରେ ସାହାଣମେଳା ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଗୁଣ୍ଡିଚା ଘରେ ଶ୍ରୀଜୀଉଙ୍କୁ ଅନ୍ନଭୋଗ କରାଯିବ । ଆସନ୍ତା ୨୮ ତାରିଖରେ ବାହୁଡା ଓ ୨୯ରେ ସୁନାବେଶ ପରେ ଜୁଲାଇ ପହିଲାରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

ତେବେ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ବାହୁଡିଛନ୍ତି ତିନି ଠାକୁର । ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି। ଗୁରୁବାର ରିତିନିତି ଅନୁସାରେ,ସଂନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି ।

ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ । ପରେ ଶ୍ରୀଗୁଣ୍ତିଚା ମନ୍ଦିରକୁ (Gundicha Temple) ବିଜେ କରିଥିଲେ ପ୍ରଥମେ ବଡ ଭାଇ ବଳଭଦ୍ର ତା ପରେ ଭଉଣୀ ସୁଭଦ୍ରା ଏବଂ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ହରିବୋଲ, ହୁଳହୁଳି ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥଲା।

Get real time updates directly on you device, subscribe now.