fbpx

ରାଜଧାନୀର ସମସ୍ତ ସରକାରୀ ସ୍କୁଲ ୧ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ: ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପାରଦ କମିବା ସହ ଶୀତ ବଢ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ଅଞ୍ଚଳରେ ଲୋକମାନେ ଅସହ୍ୟ ଶୀତର ସାମ୍ନା କରୁଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ସମସ୍ତ ସରକାରୀ ସ୍କୁଲ ୧ ଜାନୁଆରୀରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହା ସହ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀ ପିଲାଙ୍କ ପାଇଁ ୨ ଜାନୁଆରୀରୁ ୧୪ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ‘Remedial classes’ ଆୟୋଜିତ କରାଯିବ ।

ନିକଟରେ ଶୀତ ଲହରୀକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଲଖନଉ ଜିଲ୍ଲା ପ୍ରଶାସନ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ପୂର୍ବହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ କରିଥିଲେ । ଲଖନଉର ଜିଲ୍ଲାଧିକାରୀ ସୂର୍ଯ୍ୟପାଳ ଗଙ୍ଗୱାର ଶୀତ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରିଷଦ, ସହାୟକ ତଥା ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ସମେତ ସମସ୍ତ ବୋର୍ଡ ସ୍କୁଲ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ଗୋରଖପୁର, କୁସିନାଗର, ଦେଓରିଆ, ସାନ୍ତକବୀରନଗର, ସାହାରନପୁର, ମୁଜାଫରନଗର, ଆମ୍ରୋହା ଏବଂ ବିଜନୋରରେ ପ୍ରବଳ ଶୀତ ଅନୁଭବ ହେଉଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.