fbpx

(Video) ସବୁ ସ୍ୱାମୀମାନେ ରାକ୍ଷସ ନୁହନ୍ତି, ହେଲେ ଧୀରେଧୀରେ ସବୁ ସ୍ୱାମୀ ରାକ୍ଷସ ପାଲଟି ଗଲେଣି….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁବ ସାମ୍ବାଦିକା ମଧୁ ପରିଡ଼ାଙ୍କ ମୃତ୍ୟୁକୁ ନେଇ ବିବାଦ ଥମୁନି । ରାଜ୍ୟର ଏକ ପ୍ରତିଷ୍ଠିତ ୱେବ ଚ୍ୟାନେଲରେ କାର୍ଯ୍ୟରତ ମଧୁଙ୍କ ସହ ଏପରି ହେବ ବୋଲି ତାଙ୍କର ବନ୍ଧୁ, ପରିବାରବର୍ଗ କେହି ବି କଳ୍ପନା କରିନଥିଲେ । ମଧୁଙ୍କ ସ୍ୱାମୀ ଏକାଧିକ ଯୁବତୀଙ୍କ ସହ ପରକୀୟା ପ୍ରୀତିରେ ସମ୍ପୃକ୍ତ ଥିଲେ । ଏହାକୁ ଶାନ୍ତ, ସରଳ ମଧୁ ସହଜରେ ଗ୍ରହଣ କରିପାରିନଥିଲେ । ଧୀରେଧୀରେ ମଧୁଙ୍କ ସ୍ୱାମୀଙ୍କୁ ନେଇ ଅନେକ ଗୁମର ଖୋଲିବାରେ ଲାଗିଛି ।

ଏହି ଘଟଣାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହା ମଧ୍ୟରେ ଜଣେ ମହିଳା କହିଛନ୍ତି, ସବୁ ପୁରୁଷମାନେ ଖରାପ ନୁହନ୍ତି, ମାତ୍ର ଆଜିର ସମୟରେ ଧୀରେଧୀରେ ସବୁ ସ୍ୱାମୀମାନେ ରାକ୍ଷସ ପାଲଟି ଗଲେଣି । ସେଥିପାଇଁ ଆଜି ଆମେ ଜଣେ ସ୍ମାର୍ଟ ଯୁବ ସାମ୍ବାଦିକାଙ୍କୁ ହରାଇଲେ । ଏଭଳି ଦୋଷୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଆବଶ୍ୟକ । ରେଲୱେ ଷ୍ଟେସନରେ ବସି ମଧୁଙ୍କ ସ୍ୱାମୀ ଯେଉଁ ଆକ୍ଟିଂ କରୁଥିଲେ ତାହା ନିହାତି ଭାବେ ନିନ୍ଦନୀୟ । ଦୋଷ କରି ବି ଜଣେ ନିର୍ଦ୍ଦୋଷୀ ଭଳି ସେ ଅଭିନୟ କରିଥିଲେ । ସ୍ୱାମୀଙ୍କ ପରକ୍ରୀୟା ପ୍ରୀତି କାରଣରୁ ଆଜି ଆମ ଗହଣରେ ମଧୁ ନାହାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି ।

ଖବର ମୁତାବକ, ମଧୁଙ୍କ ସ୍ୱାମୀ ୧୪ ଦିନ ଛୁଟି ନେଇ ନିକଟରେ ରାଜସ୍ଥାନରୁ ଭୁବନେଶ୍ୱର ଆସିଥିଲେ । ମାତ୍ର ପରିତାପର କଥା ଶ୍ରୀଧର ଭୁବନେଶ୍ୱରକୁ ନ ଆସିବା ଅନ୍ୟ ସ୍ଥାନକୁ ଯାଇ ଦୁଇଦିନ ପରେ ଫେରିଥିଲେ । ଏ ବିଷୟରେ ପଚାରିବାରୁ ଶ୍ରୀଧରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ । ଏପରିକି ଶ୍ରୀଧରଙ୍କ ବ୍ୟାଗରୁ ଟ୍ରେନ ଟିକେଟ୍ ମଧ୍ୟ ପ୍ରମାଣ ଭାବେ ମିଳିଥିଲା । ଶ୍ରୀଧରଙ୍କ ବିଭିନ୍ନ କଳାକାରନାମା ବିଷୟରେ ଜାଣିବା ପରେ ମଧୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲୋ । ତାଙ୍କ ସହ ଧୋକ୍କା ହୋଇଥିବା କଥାକୁ ନିରୀହ ଝିଅ ମଧୁ ସହ୍ୟ କରି ପାରିନଥିଲେ ।

Get real time updates directly on you device, subscribe now.