fbpx

ସନ୍ଧ୍ୟା ୬ଟା ପରେ ରାଜଧାନୀରେ ଖୋଲିବନି ହାଟ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭାଇରସ ସତର୍କତା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ସମସ୍ତ ହାଟ ଉପରେ ବିଏମସି କଟକଣା ଲଗାଇଛି । ସନ୍ଧ୍ୟା ୬ଟା ଯାଏଁ ସମସ୍ତ ହାଟ ଚାଲିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ହାଟ ଖୋଲା ରହିବ । କିନ୍ତୁ ସନ୍ଧ୍ୟା ୬ଟା ପରେ ହାଟ ବନ୍ଦ ରହିବା ନେଇ ସୂଚନା ରହିଛି । । ୟୁନିଟ୍-୧, ୟୁନିଟ-୨, ସହିଦନଗର ଡେଲି ମାର୍କେଟ , ରୁଚିକା ଡ଼େଲି ମାର୍କେଟ, ଇନ୍ଦ୍ରଧନୁ ଡ଼େଲି ମାର୍କେଟ, ଡମଣା ହାଟ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.