fbpx

କରୋନା ସଙ୍କଟ ମଧ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪ ହଜାର ବୋନସ୍ ଦେଉଛି ଏହି କମ୍ପାନୀ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହୁଛନ୍ତି । ସେହିଭଳି ଫେସବୁକ ମଧ୍ୟ ଘରୁ କାମ କରୁଥିବା ନିଜର ସମସ୍ତ କର୍ମଚାରୀଙ୍କୁ ସାହାର୍ଯ୍ୟ ପାଇଁ ୭୪,୦୦୦ ଟଙ୍କା ବୋନସ୍ ଦେବ । ସିଏନବିସି ରିପୋର୍ଟ ଅନୁସାରେ, ସିଇଓ ମାର୍କ ଜୁକରବର୍ଗ ତାଙ୍କ କର୍ମଚାରୀଙ୍କୁ ପଠାଇଥିବା ଏକ ଇଣ୍ଟରନାଲ ନୋଟରେ ଏବିଷୟରେ ଘୋଷଣା କରିଛନ୍ତି ।


ଜାନୁଆରୀ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଫେସବୁକରେ ପ୍ରାୟ ୪୫,୦୦୦ ଫୁଲ ଟାଇମ୍ କର୍ମଚାରୀ ଅଛନ୍ତି । ଏହା ବ୍ୟତିତ ବହୁ ଲୋକ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରୁଛନ୍ତି । ଚୁକ୍ତିରେ କାମ କରୁଥିବା ଲୋକ ବୋନସ ପାଇବେ କି ନାହିଁ, ତାହା ଜଣାପଡିନାହିଁ ।

ତେବେ ଫେସବୁକ୍ ବ୍ୟତିତ ବହୁ ଟେକ୍ କମ୍ପାନୀଗୁଡିକ ମଧ୍ୟ ନିଜ କର୍ମଚାରୀମାନଙ୍କୁ ବୋନସ୍ ଦେଉଛନ୍ତି । ୱାର୍କଡେ ନାମକ ସଫ୍ଟୱେର କମ୍ପାନୀ ମଧ୍ୟ ସୋମବାର କହିଛି ଯେ, ସେ ନିଜ କର୍ମଚାରୀଙ୍କୁ ଦୁଇ ସପ୍ତାହର ଅତିରିକ୍ତ ବୋନସ ଦେବ ।

ଏହା ସହ ମଙ୍ଗବାର ଦିନ ଫେସବୁକ କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟକୁ ୭୩୯ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । କରୋନା ଭାଇରସ୍ ଯୋଗୁଁ ଫେସବୁକ ମଧ୍ୟ ପ୍ରଭାବିତ ହୋଇଛି । କମ୍ପାନୀର ସେୟାର ୨୮ ପ୍ରତିଶତକୁ ଖସି ଆସିଛି ।

Get real time updates directly on you device, subscribe now.