fbpx

ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି କହିଛି ସଂଘ । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ସଂଘ ସମ୍ପାଦକ । ତେଲ ଦାମ କମ କରିବା ସହ ଟ୍ୟାକ୍ସ କମ କରିବାକୁ ଦାବି କରିଛି ସଂଘ । ଦାବି ପୂରଣ କରିବାକୁ ସରକାରଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ମହଲତ ଦେଇଥିବା ନେଇ ସୂଚନା । ଦାବି ନ ଶୁଣିଲେ ୧୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ବନ୍ଦ ନେଇ ଚେତାବନୀ ଦେଇଛି ସଂଘ ।

Get real time updates directly on you device, subscribe now.