fbpx

ବୁଧବାର ହେବ ଆର୍ୟନଙ୍କ ଜାମିନ ଶୁଣାଣି

ମୁମ୍ବାଇ: ବୁଧବାରକୁ ଘୁଞ୍ଚିଲା ଆର୍ୟନଙ୍କ ଜାମିନ ଶୁଣାଣି । କାଲି ଦିନ ୨ଟା ୩୦ ରେ ହାଇକୋର୍ଟରେ ଶୁଣାଣି । ଡ୍ରଗ୍ସ ମାମଲାରେ ଏନଡିପିଏସ କୋର୍ଟରୁ ୨ ଜଣଙ୍କୁ ଜାମିନ । ଅଭିନ ସାହୁ ଓ ମନୀଷ ରାଜଗଢ଼ିଆଙ୍କୁ ମିଳିଲା ଜାମିନ । ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଖାନଙ୍କୁ ଗିରଫ କରିଛି ଏନସିବି । ଗିରଫ ହେବା ପରେ ଜାମିନ ପାଇଁ ଆବେଦନ କରିଛନ୍ତି ଆର୍ୟନ ।

ପୂର୍ବରୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦଲାତ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଜାମିନରେ ମୁକୁଳିବା ପରେ ଆର୍ୟନ ଖାନ ସାକ୍ଷୀ ଏବଂ ପ୍ରମାଣକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଏନସିବି ଯୁକ୍ତି ବାଢି ଆସିଛି । ଏପରିକି ଆର୍ୟନ ଖାନ ଡ୍ରଗ୍ସ ବିଷୟରେ ହ୍ୱାଟ୍ସଆପର ଚାଟିଂରୁ ବଳିଷ୍ଠ ପ୍ରମାଣ ପାଇଥିବା କହିଛି ଏନସିବି । ଏହା ସଂପର୍କିତ ତଥ୍ୟ ପ୍ରମାଣ କୋର୍ଟରେ ଉପସ୍ଥାପନ କରି ସାରିଛି ଏନସିବି । ଅନ୍ୟପଟେ ଏହି କେସ୍ ମଧ୍ୟ ରାଜନୀତିର ରଙ୍ଗ ନେଇ ସାରିଛି । ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେଙ୍କୁ ବିରୋଧରେ ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ସେ ଡ୍ରଗ୍ସ ମାମଲାରେ ମିଥ୍ୟା କେସ୍ ଲଗାଇ ବଟି ଆଦାୟ କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲିିକ । ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.