ଭୁବନେଶ୍ୱର : ଆମେ ଜାଣୁ ହୃଦଘାତ ସାଧାରଣତଃ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ହୋଇନଥାଏ। ହେଲେ ବର୍ତ୍ତମାନ ୩୦-୪୦ ବର୍ଷ ବୟସର ଯୁବକମାନଙ୍କ କ୍ଷେତ୍ରରେ ବି ହୃଦ୍ଘାତ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଏବେ ଚିନ୍ତାଜନକ ବିଷୟ ପାଲଟି ଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ, ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ଏବଂ ନିଦ୍ରାଭାବ ହେତୁ ଏହି ସବୁ ସମସ୍ୟାର ଦେଖାଯାଏ।
. ସାମାନ୍ୟ ଖାଦ୍ୟରୁ ବି ହୋଇପାରେ ହୃଦଘାତ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାତି ଆବଶ୍ୟକ। ମଣିଷ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଦରକାର ପଡ଼ିଥାଏ । ଆଜିକାଲି ଆମେ ଯେଉଁ ଖାଦ୍ୟ ସବୁ ଖାଉଛନ୍ତି ତାହା ବିଷ ସଦୃଶ୍ୟ ହୋଇଯାଇଛି। ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିବା ସହ ଆମକୁ ହୃଦଘାତ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରାଉଛି ।
. ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ସିଧାସଳଖ ହୃଦଘାତର ନିକଟତର କରାଇଥାଏ। ଯାହା ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ । ଏଥିପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ କମ୍ ପରିମାଣରେ ସୋଡିୟମ୍ ଗ୍ରହଣ କରୁଥିବା ବ୍ୟକ୍ତି ହୃଦଘାତ ପରି ସମସ୍ୟାରୁ ଦୂରେଇ ରହନ୍ତି।
. ଅଧିକ ପରିମାଣରେ ଲୁଣ ଖାଇଲେ ଏହା କେବଳ ହୃଦ୍ରୋଗ ନୁହେଁ ବରଂ ରକ୍ତଚାପ ଓ ଷ୍ଟ୍ରୋକ୍ ପରି ସମସ୍ୟାର କାରଣ ମଧ୍ୟ ହୋଇଥାଏ। ସମୟେ ସମୟେ ଏହା ପେଟରେ କର୍କଟ ଓ ଯତ୍କୃତ ରୋଗର କାରଣ ମଧ୍ୟ ହୋଇଯାଏ। ହୃଦ୍ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ କେବଳ ଲୁଣ ନୁହେଁ, ବରଂ ମସଲା ଜାତୀୟ ଖାଦ୍ୟରୁ ବି ନିଜକୁ ଦୁରେଇ ରଖିବାକୁ ପଡ଼ିବ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ହୃଦ୍ରୋଗ ସମସ୍ୟା ଉପୁଜି ଥାଏ।