fbpx
BSKY SKY
BSKY SKY

ଜରି ପାଲ ତଳେ ଅଭିଭାଷଣ ରଖିଲେ ଖୋଦ୍ ଦେଶର ରାଷ୍ଟ୍ରପତି: କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

BSKY

କଟକ: ପୁଣିଥରେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଦେଖା ଦେଇଛି ଅବ୍ୟବସ୍ଥା । ଗତ ଥର ଭଳି ଚଳିତ ଥର ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି କଟକ ଗସ୍ତରେ ଥିବା ବେଳେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚୀ ରହିଛି । ତେବେ ଏହାମଧ୍ୟରେ କଟକର ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । କିନ୍ତୁ ଏଠାରେ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଉଚିତ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ତ୍ତମାନ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ସେ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଛନ୍ତି । ତେବେ ଷ୍ଟାଡିୟମରେ ସେ ଭାଷଣ ଦେବା ବେଳେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଇଣ୍ଡୋର ଷ୍ଟାଡିୟମର ଛାତ ନଷ୍ଟ ହୋଇ ଯାଇଥିବା ବେଳେ ଏହାକୁ ଏଜ ଜରିପାଲ ଦ୍ୱାରା ଢାଙ୍କି ଦିଆଯାଇଛି । ତେବେ ଏହି ଜରିପାଲ ଘେରା ହୋଇଥିବା ଭଙ୍ଗା ଛାତ ତଳେ ମହାମହିମ ରାଷ୍ଟ୍ରପତି ନିଜ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଅନେକ ଦିନରୁ ଏହି ଛାତ ନଷ୍ଟ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ସଜଡା ଯାଇ ପାରଲାନାହିଁ । ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମଧ୍ୟ ଏହା ଦରଭଙ୍ଗା ଅବସ୍ଥାରେ ରହିଛି । ତେଣୁ ଏହାକୁ ଘୋଡ଼ାଇବା ପାଇଁ ଏକ ଜରି ପାଲ ଦ୍ୱାରା ଏହାକୁ ଢାଙ୍କି ଦିଆଯାଇଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଛାତ ଉପରେ କେବଳ ଏକ ଜରି ପାଲ ଘୋଡ଼ାଇ ଦେଇ କାମ ଚଳାଇ ନେଇଛନ୍ତି । ସେପଟେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାରମ୍ବାର ଅବ୍ୟବସ୍ଥାକୁ ନେଇ ହାଇକୋର୍ଟ ଆଇନଜୀବୀ ରବିନ୍ଦ୍ର ନାଥ ନିଜର ଅସନ୍ତୋଷ ଜାହିର କରିବା ସହ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ଅବ୍ୟବସ୍ଥା ଦେଖି ଦୁଃଖ ଲାଗିଲା ବୋଲି କହିଛନ୍ତି ଆଇନଜୀବୀ । ସୂଚନା ଥାଉ କି, ଗତ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ଲାଇଟ କଟି ଯାଇଥିଲା । ଯାହାକୁ ନେଇ ଖୁବ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଏହାପରେ ଆଜି ପୁଣି ଏଭଳି ଏକ ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.