fbpx

ଏହି ସବୁ କାରଣରୁ ହୋଇପାରେ ହୃଦଘାତ : ନିଜକୁ ରଖନ୍ତୁ ସୁରକ୍ଷିତ

ଭୁବନେଶ୍ୱର : ଆମେ ଜାଣୁ ହୃଦଘାତ ସାଧାରଣତଃ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ହୋଇନଥାଏ। ହେଲେ ବର୍ତ୍ତମାନ ୩୦-୪୦ ବର୍ଷ ବୟସର ଯୁବକମାନଙ୍କ କ୍ଷେତ୍ରରେ ବି ହୃଦ୍‌ଘାତ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଏବେ ଚିନ୍ତାଜନକ ବିଷୟ ପାଲଟି ଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ, ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ଏବଂ ନିଦ୍ରାଭାବ ହେତୁ ଏହି ସବୁ ସମସ୍ୟାର ଦେଖାଯାଏ।

. ସାମାନ୍ୟ ଖାଦ୍ୟରୁ ବି ହୋଇପାରେ ହୃଦଘାତ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାତି ଆବଶ୍ୟକ। ମଣିଷ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଦରକାର ପଡ଼ିଥାଏ ।     ଆଜିକାଲି  ଆମେ ଯେଉଁ ଖାଦ୍ୟ ସବୁ ଖାଉଛନ୍ତି ତାହା ବିଷ ସଦୃଶ୍ୟ ହୋଇଯାଇଛି। ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିବା ସହ ଆମକୁ ହୃଦଘାତ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରାଉଛି ।

. ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ସିଧାସଳଖ ହୃଦଘାତର ନିକଟତର କରାଇଥାଏ। ଯାହା ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ । ଏଥିପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।   ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ କମ୍ ପରିମାଣରେ ସୋଡିୟମ୍ ଗ୍ରହଣ କରୁଥିବା ବ୍ୟକ୍ତି ହୃଦଘାତ ପରି ସମସ୍ୟାରୁ ଦୂରେଇ ରହନ୍ତି।

. ଅଧିକ ପରିମାଣରେ ଲୁଣ ଖାଇଲେ ଏହା କେବଳ ହୃଦ୍‌ରୋଗ ନୁହେଁ ବରଂ ରକ୍ତଚାପ ଓ ‌ଷ୍ଟ୍ରୋକ୍ ପରି ସମସ୍ୟାର କାରଣ ମଧ୍ୟ ହୋଇଥାଏ। ସମୟେ ସମୟେ ଏହା ପେଟରେ କର୍କଟ ଓ ଯତ୍କୃତ ରୋଗର କାରଣ ମଧ୍ୟ ହୋଇଯାଏ। ହୃଦ୍‌ରୋଗରୁ ବଞ୍ଚିବା ପାଇଁ   ଆପଣଙ୍କୁ କେବଳ ଲୁଣ ନୁହେଁ, ବରଂ ମସଲା ଜାତୀୟ ଖାଦ୍ୟରୁ ବି ନିଜକୁ ଦୁରେଇ ରଖିବାକୁ ପଡ଼ିବ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ହୃଦ୍‌ରୋଗ ସମସ୍ୟା ଉପୁଜି ଥାଏ।

Get real time updates directly on you device, subscribe now.