fbpx
BSKY SKY
BSKY SKY

ସମସ୍ତ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇଯିବ: କେନ୍ଦ୍ର ସରକାର ଜାରିକଲେ ନୋଟିଫିକେସନ

BSKY

ନୂଆଦିଲ୍ଲୀ: ୧୫ ବର୍ଷର ସମସ୍ତ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଭାବେ ରଦ୍ଦ ହୋଇଯିବ । କେନ୍ଦ୍ର ସରକାରଙ୍କ ମୋଟର ଯାନ ସଂଶୋଧିତ ନିୟମ ଅନୁସାରେ ଏହା କାର୍ଯ୍ୟ କରିବ । ଏହାଫଳରେ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ନଗର ନିଗମ, ରାଜ୍ୟ ପରିବହନ, ସରକାରୀ ସ୍ୱାୟତ୍ତ ସଂସ୍ଥା ନିକଟରେ ରହିଥିବା ସମସ୍ତ ୧୫ ବର୍ଷର ପୁରୁଣା ଯାନକୁ ସ୍କ୍ରାପ କରିବାକୁ ପଡ଼ିବ । ଏହି ଲିଷ୍ଟରେ ସେନା ଗାଡ଼ିକୁ ସାମିଲ କରାଯାଇ ନଥିବା ଜଣାପଡ଼ିଛି ।

ତେବେ ଏହି ନୂଆ ନିର୍ଦ୍ଦେଶନାମା ବାବଦରେ କେନ୍ଦ୍ର ରୋଡ଼ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ମୋଟର ଯାନ ନିୟମରେ ସଂଶୋଧନ କରାଯାଇ ନୋଟିଫିକେସନ ଜାରି କରାଯାଇଛି । ଏହାଫଳରେ ୧୫ ବର୍ଷ ତଳର ସମସ୍ତ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଭାବେ ରଦ୍ଦ ହୋଇଯିବ । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ରିନ୍ୟୁ ହୋଇଥିବ, ସେଗୁଡ଼ିକୁ ମଧ୍ୟ ରଦ୍ଦ ଭାବେ ଗ୍ରହଣ କରାଯିବ । ଏହିସବୁ ଗାଡ଼ିକୁ ରେଜିଷ୍ଟର୍ଡ ସ୍କ୍ରାପ ସେଣ୍ଟରରେ ଡିସ୍ପୋଜ କରିବାକୁ ପଡ଼ିବ ।

ତେବେ ଏହି ନୂଆ ନିର୍ଦ୍ଦେଶନାମା ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ନଗର ନିଗମ, ସରକାରୀ ସ୍ୱାୟତ୍ତ ସଂସ୍ଥା ନିକଟରେ ରହିଥିବା ସମସ୍ତ ୧୫ ବର୍ଷ ତଳର ଯାନଗୁଡ଼ିକୁ ସ୍କ୍ରାପ କରିବାକୁ ପଡ଼ିବ । ଏହାପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ର ଧାରା ୩ରେ ପରିବର୍ତ୍ତନ କରାଯାଇଥିଲା । ପୁରୁଣା କାରର ମାର୍କେଟ ରେଗୁଲେସନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏହା ପଛର ଉଦ୍ଦେଶ୍ୟ ରହିଥିଲା । ତେବେ ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କୁ ଅନେକ ଫାଇଦା ମିଳିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.