fbpx

ମୋଦୀଙ୍କ ବିରୋଧରେ ବିବିସି ଡକ୍ୟୁମେଣ୍ଟାରୀ ବିବାଦ, ପାକିସ୍ତାନୀ ବଶଂଜ ସାଂସଦଙ୍କୁ ମୁହଁତୋଡ଼ ଜବାବ ଦେଲେ ଋସି ସୁନକ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀକଲୁ ନେଇ ଏବେ ବ୍ରିଟେନ୍‌ରେ ବିବାଦ ଆରମ୍ଭ ହୋଇଯାଇଛି । ବ୍ରିଟେନ୍‌ର ହାଉସ୍ ଅଫ ଲର୍ଡସ୍ ସଦସ୍ୟ ଇମ୍ରାନ ହୁସେନଙ୍କ ଅଭିଯୋଗ ଉପରେ ସୁନାକ କହିଛନ୍ତି ଯେ ସେ ତାଙ୍କ ବିବୃତ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ବିବିସି ଦ୍ୱାରା ପ୍ରକାଶିତ କୌଣସି ରିପୋର୍ଟରେ ସହମତ ନୁହଁନ୍ତି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନ୍ୟୁଜ୍ ସିରିଜ୍ ପାଇଁ ବ୍ରିଟେନର ହାଉସ୍ ଅଫ୍ ଲର୍ଡସର ସଦସ୍ୟ ଲର୍ଡ ରାମି ରେଞ୍ଜର ବିସିସିକୁ ସମାଲୋଚନା କରିଥିଲେ । ବିସିସିକୁ ସମାଲୋଚନା କରି ରେଞ୍ଜର ଏହାକୁ ପକ୍ଷପାତ ରିପୋର୍ଟ କରିଥିବା ଅଭିଯୋଗ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, ‘ବିବିସି ନ୍ୟୁଜ୍ ଆପଣ ଏକ ବିଲିୟନରୁ ଅଧିକ ଭାରତୀୟଙ୍କୁ ବହୁତ ଯନ୍ତ୍ରଣା ଦେଇଛନ୍ତି । ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଭାରତୀୟ ପ୍ରଧାନମନ୍ତ୍ରୀ, ଭାରତୀୟ ପୋଲିସ ଏବଂ ନ୍ୟାୟପାଳିକା ପାଇଁ ଏହା ଅପମାନ ଅଟେ ।

Get real time updates directly on you device, subscribe now.