fbpx
BJD
BJD SKY
BJD SKY

‘ଅପ୍ରବାସୀ ସାମ୍ମୁଖ୍ୟ’ ଗଠନ କଲା ବିଜେଡି: ମୁଖ୍ୟ ପରାମର୍ଶଦାତା, ରାଜ୍ୟ ଆବାହକ, ସାଧାରଣ ସମ୍ପାଦକ ଭାବେ ୨୩ ଜଣ ବଡ଼ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ନିକଟରେ ବିଜେଡି ତା’ର ସଂଗଠନରେ ଅନେକ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲା । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପଦରେ ନେତାଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଏହା ମଧ୍ୟରେ ଦଳ ‘ଅପ୍ରବାସୀ ସାମ୍ମୁଖ୍ୟ’ ଗଠନ କରିବା ସହ ସେଥିରେ କିଛି ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ଡ. ଅମର ପଟ୍ଟନାୟକ ସେଥିରେ ମୁଖ୍ୟ ପରାମର୍ଶଦାତା ରହିଛନ୍ତି । ସେହିଭଳି ପରାମର୍ଶଦାତା ଭାବେ ୫ ଜଣ, ରାଜ୍ୟ ଆବାହକ ଜଣେ, ରାଜ୍ୟ କମିଟିର ଉପ-ଆବାକ ୩ ଜଣ, ସାଧାରଣ ସମ୍ପାଦକ ଭାବେ ୧୩ ଜଣଙ୍କୁ ଦାୟିତ୍ୱ ମିଳିଛି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.