fbpx

ଲୁଣ ଧାର କରିବାକୁ କାହିଁକି କୁହାଯାଏ ଅଶୁଭ; ଜାଣନ୍ତୁ ଏହାର ପ୍ରକୃତ କାରଣ

ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର ମଧ୍ୟ ସାମିଲ ଅଛି । ତେବେ ଏହି ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଥିବା ସମସ୍ୟା କେଉଁ କାରଣ ପାଇଁ ହେଉଛି ଏବଂ ଘରର ବାସ୍ତୁରେ କଣ ସମସ୍ୟା ରହିଛି ତାହା ଏହି ଶାସ୍ତ୍ର ମଧ୍ୟରେ ଉଲ୍ଲେଖ ଅଛି । ତେବେ ଲୁଣ ବିନା ସ୍ୱାଦିଷ୍ଟ ଖାଦ୍ୟ କଳ୍ପନା କରିବା କଷ୍ଟକର । ଖାଦ୍ୟ ବ୍ୟତୀତ ଲୁଣର ଅନେକ ବ୍ୟବହାର ଅଛି । ତନ୍ତ-ମନ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଲୁଣକୁ ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଇଛି । ତେଣୁ ଲୁଣର କୌଶଳ ଏବଂ ପ୍ରତିକାର ଫଳପ୍ରଦ ଫଳାଫଳ ଦେଇଥାଏ ।

ତେବେ ଲୁଣ ବିଷୟରେ କିଛି ବିଶ୍ୱାସ ମଧ୍ୟ ଅଛି, ଯାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ନଚେତ୍ ଅନେକ ପ୍ରକାରର କ୍ଷତି ଘଟିଥାଏ । ଫଳରେ ଧନର ଦେବୀ ମା ଲକ୍ଷ୍ମୀ, କ୍ରୋଧିତ ହୁଅନ୍ତି । ଯାହା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରେ । ବର୍ତ୍ତମାନ ଆସନ୍ତୁ ଜାଣିବା କାହିଁକି ଲୁଣ ଧାର କରିବା କିମ୍ବା ଦାନ ଦେବାକୁ ବାରଣ କରାଯାଏ ।ତେବେ ବିଶ୍ୱାସ ଅଛି ଯେ ଲୁଣ କାହାଠାରୁ ମାଗଣାରେ ନିଆଯିବା ଉଚିତ ନୁହେଁ କିମ୍ବା ଦିଆଯିବା ବି ଉଚିତ ନୁହେଁ। ଏତତ୍ ବ୍ୟତୀତ ସନ୍ଧ୍ୟାରେ ଲୁଣ ଦାନ କିମ୍ବା ଧାର ଦେବାକୁ ମଧ୍ୟ ବାରଣ କରାଯାଇଥାଏ । କାରଣ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧୀତ ହୋଇଥାନ୍ତି । ଏହା ବ୍ୟତୀତ ଲୁଣ ପକାଇବା କିମ୍ବା ନଷ୍ଟ କରିବା ମଧ୍ୟ ଅତ୍ୟନ୍ତ ଖରାପ ବୋଲି ଧରାଯାଏ । ଏହା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି । ଆସନ୍ତୁ ଜାଣିବା ଏହି କାରଣ ବିଷୟରେ…

ଏଥିପାଇଁ ମାଗଣାରେ ଦିଆଯାଏ ନାହିଁ ଲୁଣ:

– ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ବି କାହା ନିକଟରୁ ମାଗଣାରେ ଲୁଣ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପରିବାର ଉପରେ ଏକ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ଫଳରେ ପାରିବାରିକ ଅଶାନ୍ତି ଦେଖାଦେବା ସହ ନକାରାତ୍ମକତା ମଧ୍ୟ ବୃଦ୍ଧି ପାଇଥାଏ ।

-ଶାସ୍ତ୍ର ଅନୁସାରେ ଲୁଣର ଲୁଣର ଅପଚୟ କରିବା ଉଚିତ୍ ନୁହେଁ । ନଚେତ୍ ଆପଣଙ୍କୁ ଅନେକ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିବ । କାରଣ ଲୁଣ ଶୁକ୍ର ଗ୍ରହ ସହ ଜଡିତ, ଯାହା ଧନ ଏବଂ ଶାରୀରିକ ସୁଖ ଦେଇଥାଏ । ଲୁଣ ନଷ୍ଟ କରିବା କିମ୍ବା ପକାଇବା ଦ୍ୱାରା ଏହା ଆପଣଙ୍କ ରାଶିରେ ଶୁକ୍ର ଗ୍ରହକୁ ଦୁର୍ବଳ କରିଥାଏ । ଯାହାଫଳରେ ଜୀବନରେ ଧନ ଏବଂ ସୁଖର ଅଭାବ ହୋଇଥାଏ । ଏଥିସହିତ ଅଶାନ୍ତି ଲାଗିରୁହେ ।

– କୌଣସି କାମରେ ଲୁଣ ଧାର କରିବା କିମ୍ବା ଦାନ ଦେବା ଭଲ ବିବେଚନା କରାଯାଏ ନାହିଁ । କିନ୍ତୁ ଯେତେବେଳେ ପିତୃପକ୍ଷ ଉତ୍ସବରେ ବ୍ରାହ୍ମଣମାନଙ୍କୁ (ଗହମ, ମସୁର ଡାଲି, ଚାଉଳ, ଘିଅ ଇତ୍ୟାଦି) ଦାନ ଦିଆଯାଏ, ସେତେବେଳେ ଏହା ସହିତ ଲୁଣଦେବା ନିତ୍ୟାନ୍ତ ଜରୁରୀ । କରାଣ ଲୁଣ ଦେବା ପରେ ହିଁ ଦାନ ସମ୍ପୂର୍ଣ୍ଣ ହୋଇଥାଏ ।

Get real time updates directly on you device, subscribe now.