fbpx

Mazagon Dock ପକ୍ଷରୁ ବାହାରିଲା ୨୦୦ଟି ପୋଷ୍ଟ: ଆସନ୍ତା ୧୮ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ମଜଗୋଁ ଡକ୍ ଶିପବିଲ୍ଡର୍ସ ଲିମିଟେଡ ପକ୍ଷରୁ ୨୦୦ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଡିପ୍ଲୋମା ଓ ଗ୍ରାଜୁଏଟ ଆପ୍ରେଣ୍ଟାଇସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଜାନୁଆରୀ ମାସ ୧୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୬ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ୧୮ରୁ ୨୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଡିପ୍ଲୋମା / ଗ୍ରାଜୁଏଟ ଆପ୍ରେଣ୍ଟାଇସ ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ଇଞ୍ଜିନିୟରିଂରେ ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ସେହିପରି ଜେନେରାଲ ଷ୍ଟ୍ରିମ ଗ୍ରାଜୁଏଟ ଆପ୍ରେଣ୍ଟାଇସ ପଦ ପାଇଁ ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://mazagondock.in/mdlapprentice/Login.aspx?msg=e

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/01/Notification-Mazagondock-Diploma-Graduate-Apprentice.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/01/Notification-Mazagondock-Genera-Stream-Graduate-Apprentice-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://mazagondock.in/

 

Get real time updates directly on you device, subscribe now.