fbpx
BSKY SKY
BSKY SKY

Twitter Blue ପାଇଁ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ମାସିକ ୧୧ ଡଲାର ଦେବାକୁ ପଡ଼ିବ: ବାର୍ଷିକ ପ୍ଲାନ ଘୋଷଣା କଲା କମ୍ପାନୀ

BSKY

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରଠାରୁ ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ବହୁ ଚର୍ଚ୍ଚା ମଧ୍ୟରେ ରହି ଆସିଛନ୍ତି । ଟ୍ୱିଟର କିଣିବା ପରେ ଏଲନ କିଛି ପୁରୁଣା କର୍ମଚାରୀଙ୍କୁ କର୍ମଚାରୀଙ୍କୁ ବିଦା କରିବା ସହ ଅନେକ ନୂଆ ନିୟମ ଲାଗୁ କରିଥିଲେ । ତେବେ ଏହା ମଧ୍ୟରେ ଟ୍ୱିଟର ବ୍ୟବହାରକରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଣ୍ଡ୍ରଏଡ ୟୁଜର୍ସଙ୍କ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ପାଇଁ କମ୍ପାନୀ ପକ୍ଷରୁ ପ୍ରାଇସ୍ ଘୋଷଣା କରାଯାଇଛି ।

ତେବେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏହି ସବସ୍କ୍ରିପସନ ପାଇଁ ମାସକୁ ୧୧ ଡଲାର ଦେବାକୁ ପଡ଼ିବ । ଆଇଓଏସ୍ ସବସ୍କ୍ରାଇବର୍ସଙ୍କ ପାଇଁ ମଧ୍ୟ ଏହି ଦର ସମାନ ରହିବ । ମାସିକ ଚାର୍ଜ ଅପେକ୍ଷା ବାର୍ଷିକ ପ୍ଲାନରେ ୟୁଜର୍ସଙ୍କୁ କମ୍ପାନୀ ଶସ୍ତା ମୂଲ୍ୟରେ ସେବା ପ୍ରଦାନ କରୁଛି । ଗୁଗଲ ଆଣ୍ଡ୍ରଏଡ ୟୁଜର୍ସ ମାସକୁ ୧୧ ଡଲାର ଦେଇ ଟ୍ୱିଟର ବ୍ଲୁ’ର ମାସିକିଆ ସବସ୍କ୍ରିପସନ ନେଇପାରିବେ । ଆପଲର ଆଇଓଏସ ୟୁଜର୍ସଙ୍କ ପାଇଁ ଏହି ଦର ସମାନ ରହିବ ବୋଲି ଟ୍ୱିଟର ୱେବସାଇଟରେ କୁହାଯାଇଛି ।

ଏହା ପୂର୍ବରୁ ବ୍ଲୁ ମାର୍କ ଫ୍ରି’ରେ ଉପଲବ୍ଧ ହେଉଥିଲା । ରାଜନେତା, ଜଣାଶୁଣା ବ୍ୟକ୍ତିତ୍ୱ, ସାମ୍ବାଦିକ ଓ ଅନ୍ୟ ପବ୍ଲିକ ଫିଗରଙ୍କ ଭେରିଫାଏଡ ଆକାଉଣ୍ଟରେ ଏହି ସୁବିଧା ମିଳୁଥିଲା । ମାତ୍ର ଏଲନ ଟ୍ୱିଟରର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ବ୍ଲୁ ମାର୍କ ସକାଶେ ସମସ୍ତଙ୍କ ପାଇଁ ଦେୟ ଲାଗୁ ହୋଇଥିଲା । ଟ୍ୱିଟରର ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଗତ ୨୦୨୨ରେ ଏହି ନିୟମ ଲାଗୁ କରାଯାଇଥିଲା ।

ତେବେ ଟ୍ୱିଟର ବ୍ଲୁ ସବସ୍କ୍ରିପନର ବାର୍ଷିକ ପ୍ଲାନର ମୂଲ୍ୟ ୮୪ ଡଲାର ରହିଥିବା ବେଳେ ୟୁଜର୍ସଙ୍କୁ ୮ ଡଲାର ରିହାତି ପ୍ରଦାନ କରାଯାଉଛି । ଆମେରିକା, କାନାଡ଼ା, ୟୁନାଇଟେଡ କିଙ୍ଗଡମ, ଜାପାନ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ୱେବ ୟୁଜର୍ସଙ୍କ ପାଇଁ ଏହି ରିହାତି ଉପଲବ୍ଧ ରହିଛି ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.