fbpx

ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ପାକିସ୍ତାନର ସବୁ ଖେଳାଳି: ସମସ୍ୟାରେ ଅଧିନାୟକ

ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ଟିମକୁ ଭାରତ ଏକ ବଡ଼ ଝଟକା ଦେଇଛି । ୭ ୱିକେଟରେ ମାତ୍ ଦେଇ ଦଳର ମନୋବଳକୁ ଭାଙ୍ଗି ଦେଇଛି ରୋହିତ ସେନା । ଏବେ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ ବାବର ଆର୍ମି । କିନ୍ତୁ ଏହାପୂର୍ବରୁ ପାକିସ୍ତାନ ଟିମ୍ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଦଳର ଅନେକ ଷ୍ଟାର ଖେଳାଳି ଏକ ଅଜଣା ରୋଗରେ ପୀଡ଼ିତ ହୋଇଥିବା ଜାଣିବାକୁ ମିଳିଛି । ତେଣୁ ଆଗାମୀ ମ୍ୟାଚରେ ଅଷ୍ଟେଲିଆକୁ ଦଳ କିପରି ସାମ୍ନା କରିବ, ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଅଧିନାୟକ ।

ଭାରତ ବିପକ୍ଷ ମ୍ୟାଚରେ ପରାସ୍ତ ହେବା ପରଠାରୁ ପାକିସ୍ତାନ ଦଳ ଉପରେ ସମସ୍ୟା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆ ତଥା ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟର ପରାଜୟକୁ ନେଇ ଆଲୋଚନା କରୁଥିବା ବେଳେ ଏବେ ଦଳର ଶିବିରରେ ଘାରିଛି ଏକ ଅଜଣା ରୋଗ । ଭୂତାଣୁ ଜନିତ ସଂକ୍ରମଣ ସହ ପ୍ରବଳ ଜ୍ୱରରେ ପଡ଼ିଛନ୍ତି ଦଳର ଅନେକ ଖେଳାଳି । ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କ ଅନ୍ୟ ଖେଳାଳି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଉଚିତ ସମୟ ପୂର୍ବରୁ ସୁସ୍ଥ ହୋଇ ଅଭ୍ୟାସ କରିବାକୁ ଆଣ୍ଟିବାୟୋଟିକ ଡ୍ରିପ ନେବା ସହ ଚିକିତ୍ସିତ ହେଉଛନ୍ତି ଶାହୀନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳର ଅନେକ ପ୍ରମୁଖ ଖେଳାଳି ଛାତିରେ ଭୂତାଣୁ ଜନିତ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ପାକିସ୍ତାନ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ।

ଏହାବ୍ୟତୀତ ଓପନିଙ୍ଗ ବ୍ୟାଟର ଅବଦୁଲ୍ଲା ଶଫିକ ମଧ୍ୟ ପ୍ରବଳ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଫାଷ୍ଟ ବୋଲର ଜମାନ୍ ଖାନ୍ ଏବଂ ଉସାମା ମୀର ମଧ୍ୟ ଭାଇରାଲ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଡାକ୍ତରୀ ଟିମ୍ ଶଫିକଙ୍କ ସ୍ଥିତି ଯାଞ୍ଚ କରୁଥିବା ବେଳେ ଜମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ତେବେ ଉସାମା ମୀର ୫ ଦିନରୁ ଏହି ରୋଗରେ ସଂକ୍ରମିତ ହେଉଥିବାରୁ ବର୍ତ୍ତମାନ ତାଙ୍କୁ କ୍ୱାରାଣ୍ଟାଇନ୍ ରେ ରଖାଯାଇଛି । କରୋନା ଏବଂ ଡେଙ୍ଗୁ ବ୍ୟତୀତ ଉସାମାଙ୍କ ଅନ୍ୟ ସମସ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.