fbpx

ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଡକାଯାଇଛି ଏହି ବୈଠକ । କେମିତି ବିଧାନସଭା ଚାଲିବ, ସେନେଇ ବୈଠକରେ ଆଲୋଚନା ହେବ । କୋଭିଡ କଟକଣାରେ ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ନେଇ ଆଲୋଚନା ହେବ । ଏନେଇ ଖୋଦ୍ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.