fbpx

ଆସନ୍ତା ୨୦ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କ୍ଳାସରୁମ୍‌ରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଉଭୟ ୟୁଜି ତୃତୀୟ ବର୍ଷ ଓ ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପାଠ ପଢ଼ିବେ। ଏନେଇ ସବୁ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଏଥିସହିତ କ୍ଳାସରୁମ୍ ପାଠପଢ଼ା ନେଇ ଗାଇଡ଼ଲାଇନ୍‌ ଜାରି କରିଛି ବିଭାଗ। ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିସହ କୋଭିଡ୍ କଟକଣା ମଧ୍ୟରେ ୧୯ ତାରିଖଠାରୁ ହଷ୍ଟେଲ ଖୋଲିବ। ନିଷ୍ପତ୍ତି ଅନୁଯାୟୀ କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯିବା। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଅଧ୍ୟାପକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଆସିବେ ନାହିଁ। କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ନିୟମିତ ବ୍ୟବଧାନରେ ହାତ ଧୋଇବା କିମ୍ବା ସାନିଟାଇଜ କରିବେ। ଶ୍ରେଣୀଗୃହ ଲାଇବ୍ରେରୀ ସହ ଲାବୋରେଟେରିରେ ସାମାଜିକ ଦୂରତା ରକ୍ଷା କରାଯବି। ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ନେଇ ଅଲଗା ବ୍ୟାଚ୍ କରି ପଢ଼ାଯିବ

Get real time updates directly on you device, subscribe now.