fbpx

ରାଜ୍ୟରେ ଆଜିଠୁ ଗଡ଼ିବ ଘରୋଇ ବସ

ଭୁବନେଶ୍ୱର,୨୮/୫(ଓଡିଶା ଭାସ୍କର): ରାଜ୍ୟରେ ଆଜିଠୁ ଗଡିବ ଘରୋଇ ବସ । ବସ ଚଳାଚଳ ନେଇ ବସ ମାଲିକ ସଂଘ  ନିଷ୍ପତ୍ତି ନେଇଛି। କିନ୍ତୁ ବସ୍ ଭଡା ବଢିବ ନାହିଁ । ସିଟ୍ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ । ଏହାସହ ସାମାଜିକ ଦୂରତାକୁ  ମଧ୍ୟ ଗୁରୁତ୍ୱ ଦିଆଯିବ।

ଗତକାଲି ବସ୍ ଭଡ଼ାକୁ ନେଇ ସୂଚନା ଦେଇଥିଲା ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ । ମାର୍ଚ୍ଚ ୨୧ରେ ଲାଗୁ ହୋଇଥିବା ଦର ଏବେ ବି ଅଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଥିଲା । ଯେତିକି ସିଟ୍ ସେତିକି ଯାତ୍ରୀ ବସ୍ରେ ଯାତ୍ରା କରିପାରିବେ । ବସ୍ ମାଲିକ ସାଧାରଣ ସମ୍ପାଦକ ଦେବନ୍ଦ୍ରେ ସାହୁ ଏନେଇ ସୂଚନା ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା । ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କିଛି ବସ୍ କାଲିଠାରୁ ଚାଲିବ । ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ପାଇଁ ଆହୁରି ୧୦ଦିନ ଲାଗିବ ବୋଲି ସେ କହିଥିଲେ ।

 

Get real time updates directly on you device, subscribe now.