fbpx

କରୋନା ପାଇଁ ନରବଳୀ! କଟୁରିରେ କାଟି ଅଲଗା କଲେ ମୁଣ୍ଡ-ଗଣ୍ଡି

ନରସିଂହପୁର,୨୮ ।୫(ଓଡିଶା ଭାସ୍କର): କଟକ ଜିଲ୍ଲା ନରସିଂହପୁର ବନ୍ଧହୁଡା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ମାଆ ବ୍ରାହ୍ମଣୀ ଦେଇ ମନ୍ଦିର ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ମୁଣ୍ଡ ହାଣି ହତ୍ୟା କରିଛନ୍ତି ପୂଜାରି । ସରୋଜ ପ୍ରଧାନ ନାମକ ବ୍ୟକ୍ତିଙ୍କୁ କଟୁରିରେ କାଟି ମୁଣ୍ଡଗଣ୍ଡି ଅଲଗା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ମନ୍ଦିର ପୂଜାରୀ ସଂସାରୀ ଓଝା । କଟୁରି ଜବର କରି ଛାନଭିନ୍ କରିବାରେ ଲାଗିପଡିଛି ନରସିଂହପୁର ପୋଲିସ ।

ତେବେ ହତ୍ୟାକୁ ନେଇ ଆଠଗଡ ଏସଡିପିଓ ଆଷଳାକ ରଞ୍ଜନ ରାୟ କହିଛନ୍ତି ଯେ, ‘ସ୍ୱପ୍ନାଦେଶ ପରେ ମନ୍ଦିର ପୂଜାରୀ ଏପରି କରିଥିବା ସ୍ୱୀକାର କରିଛନ୍ତି । ଏଭଳି କଲେ କରୋନା ହଟିବ ବୋଲି ପୂଜାରୀ ସଂସାରୀ ଓଝା କହିଛନ୍ତି ।

Get real time updates directly on you device, subscribe now.