fbpx

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୪.୧୨ ଲକ୍ଷ ପଜିଟିଭ ଚିହ୍ନଟ, ୪ ହଜାର ପାଖାପାଖି ମୃତ

ନୂଆଦିଲ୍ଲୀ,୬ ।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେବାରେ ଲାଗିଲାଣି । ଦେଶରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ ସଂଖ୍ୟା ପୂର୍ବରୁ ଥିବା ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଆଜି ଦେଶରେ ୪ ଲକ୍ଷ ୧୨ ହଜାର ୩୭୩ ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ଏହା ସହ ୩ ହଜାର ୯୭୯ ଜଣ କରୋନାରେ ନିଜର ଜୀବନ ହରାଇଛନ୍ତି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୨,୩୦,୦୧୦କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ମୁତାବକ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୧୦, ୬୪, ୮୬୨କୁ ବୃଦ୍ଧି ପାଇଛି । ଦେଶରେ ସବୁଠାରୁ ଅଧିକ ସଂକ୍ରମଣ ରାଜ୍ୟ ହେଉଛି ମହାରାଷ୍ଟ୍ର । ସେଠାରେ ଗତ ୨୪ ଘଣ୍ଟାରେ ୫୭ ହଜାର ୬୪୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୯୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୫୦,୧୧୨ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୪୬ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.