fbpx

ଅଗଷ୍ଟ ୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଅଗଷ୍ଟ ୨୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ବିଏମସି ପରିସରଭୁକ୍ତ ସବୁ ଧର୍ମାନୁଷ୍ଠାନ ଅଗଷ୍ଟ ୨୩ରୁ ଖୋଲିବା ନେଇ ହୋଇଛି ଘୋଷଣା । ତେବେ ସଂପୂର୍ଣ୍ଣ କୋଭିଡ ନିୟମ ମଧ୍ୟରେ ଖୋଲିବ ଧର୍ମାନୁଷ୍ଠାନ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ଛେପ ପକାଇବା ନିଷେଧ କରାଯାଇଛି । ବୟସ୍କ, ଗର୍ଭବତୀ ବା ୧୮ ବର୍ଷରୁ କମ୍ ବୟସ୍କଙ୍କୁ ପ୍ରବେଶ ବାରଣ କରାଯାଇଛି । ପୂଜକମାନେ କୋଭିଡ ନେଗେଟିଭ ବା ୨ ଡୋଜ ଟିକା ନେଇଥିବା ଜରୁରୀ । ଉଲ୍ଲଂଘନକାରୀ ଧର୍ମାନୁଷ୍ଠାନର ଖୋଲିବା ଅନୁମତି ପ୍ରତ୍ୟାହାର କରିବ ବିଏମସି ।

ସଂପ୍ରତି, କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ କାରଣରୁ ପ୍ରାୟ ୩ ମାସ ଧରି ବନ୍ଦ ରହିଛି ରାଜ୍ୟର ସବୁ ଧର୍ମାନୁଷ୍ଠାନ । କରୋନା ସଂକ୍ରମଣରେ ହ୍ରାସ ପରେ ରାଜ୍ୟ ସରକାର ନିକଟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

Get real time updates directly on you device, subscribe now.