fbpx

ଏହି ଜିଲ୍ଲାରେ ୩୦ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ, ଜାଣନ୍ତୁ କେଉଁଠି?

Advertisement

କୋରାପୁଟ,୨୮ ।୧୨(ଓଡିଶା ଭାସ୍କର): କରୋନା ସଂକ୍ରମଣ କମୁଥିବାରୁ ସମସ୍ତ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଡିସେମ୍ବର ୩୦ରେ ଦିନକ ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । ଗୋଟିଏ ଦିନ ପାଇଁ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧି, ଜନ ପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ ହୋଇଛି । କିନ୍ତୁ ୩୧, ୧ ଓ ୨ ତାରିଖ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । ପରବର୍ତ୍ତୀ ନିଷ୍ପତ୍ତି ନେଇ ଜାନୁଆରୀ ୩ରେ ପୁଣି ଥରେ ବୈଠକ ବସିବ । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର । ତେବେ ୩ରୁ ପୁଣି ନିୟମିତ ଧର୍ମାନୁଷ୍ଠାନ ଖୋଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.